ଢାକା: Bangladesh violence,ପୁଣି ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ଜାଳି ଦେଲା ବାଂଲାଦେଶ।ଠିକ୍ ଦୀପୁ ଚନ୍ଦ୍ର ଦାସଙ୍କ ଭଳି ଘଟଣା। ଇସ୍ଲାମିକ ମୌଳବାଦୀମାନେ ପ୍ରଥମେ ବ୍ୟକ୍ତିଙ୍କୁ ଘେରି ଯାଇ ନିସ୍ତୁକ ମାଡ଼ ମାରିଲେ। ଏହାପରେ ତାଙ୍କ ଦେହରେ ନିଆଁ ଲଗାଇବାକୁ ଚେଷ୍ଟା କରିଥିଲେ। ନିକଟରେ ହିନ୍ଦୁଙ୍କ ଉପରେ ହୋଇଥିବା ହିଂସାତ୍ମକ ଆକ୍ରମଣର ଏହା ଚତୁର୍ଥ ଘଟଣା। ଦୁଇ ଦିନ ପୂର୍ବରୁ,ମୟମ ସିଂହ ଜିଲ୍ଲାରେ ୪୦ ବର୍ଷୀୟ ବିଜେନ୍ଦ୍ର ବିଶ୍ୱାସଙ୍କୁ ମଧ୍ୟ ମୁସ୍ଲିମ ମୌଳବାଦୀମାନେ ହତ୍ୟା କରିଥିଲେ।

ମିଡିଆ ରିପୋର୍ଟ ଅନୁସାରେ, ପୀଡ଼ିତ ହେଲେ ଖୋକନ ଦାସ। ବୟସ ୫୦ ବର୍ଷ। ନୂଆ ବର୍ଷ ପୂର୍ବ ଦିନ ସମସ୍ତେ ଉତ୍ସବ ପାଳନ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ମୁସ୍ଲିମ ମୌଳବାଦୀମାନେ ଜଣେ ହିନ୍ଦୁଙ୍କର ଜୀବନ ନେଇଯାଇଛନ୍ତି। ସରିଆତ ପୁର ଜିଲ୍ଲାର ଖୋକନ ଦାସ ଡିସେମ୍ବର ୩୧ ତାରିଖ ସନ୍ଧ୍ୟାରେ ନିଜର ଫାର୍ମା ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ତାଙ୍କୁ କିଛି ଲୋକ ଛୁରା ମାଡ କରିଥିଲେ। ସେ ଆହତ ହୋଇ ତଳେ ପଡ଼ିଯିବା ପରେ ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ। ଏହାପରେ ତାଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଖୋକନ ଅନ୍ୟ ଉପାୟ ନ ପାଇ ପାଖରେ ଥିବା ଏକ ଗଢିଆକୁ ଡେଇଁ ପଡିଥିଲେ। ଦାମୁଡିଆର କୋନେଶ୍ୱର ୟୁନିଅନର କେରୁବଙ୍ଗା ବଜାର ନିକଟରେ ଏହି ଘଟଣା ଘଟିଥିଲା। ଏଥିରେ ଖୋକନ ଚନ୍ଦ୍ର ଗୁରୁତର ଭାବେ ଆହତ ହୋଇଛନ୍ତି।ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଛି।  

ଏହି ଘଟଣାକୁ ମିଶାଇଲେ ଗତ ଦୁଇ ସପ୍ତାହ ମଧ୍ୟରେ ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଏହା ଚତୁର୍ଥ ଆକ୍ରମଣ। ଡିସେମ୍ବର ମାସରେ,ବାଂଲାଦେଶରେ ଦୁଇଜଣ ହିନ୍ଦୁ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା। ୨୦୨୪ ଜୁଲାଇରେ ଛାତ୍ର ଆନ୍ଦୋଳନରୁ ବାଂଲାଦେଶରେ ଶେଖ ହାସିନାଙ୍କ ସରକାରରେ ପତ୍ତନ ପରେ ସଂଖ୍ୟାଲଘୁଙ୍କ ବିରୁଦ୍ଧରେ ହିଂସା ବୃଦ୍ଧି ପାଇଛି। ସେବେଠାରୁ ହିନ୍ଦୁଙ୍କ ଉପରେ ଆକ୍ରମଣ, ହିନ୍ଦୁ ଝିଅ ବୋହୂଙ୍କୁ ଅସଦାଚରଣ କରିବା, ଘରଦ୍ୱାରା ଜାଳି ଦେବା ଭଳି ଘଟଣା ଘଟୁଛି।

ଗତ ସପ୍ତାହରେ କାଲିମୋହର ୟୁନିଅନର ହୋସେନଡାଙ୍ଗା ଅଞ୍ଚଳରେ ୨୯ ବର୍ଷୀୟ ଅମୃତ ମଣ୍ଡଳଙ୍କୁ ଏକ ମୁସ୍ଲିମ ମୌଳବାଦୀ ଭିଡ଼ ପିଟିପିଟି ହତ୍ୟା କରିଥିଲା। ସେହିପରି ଡିସେମ୍ବର ୧୮ ତାରିଖରେମୌମେସିହଂରେ କପଡ଼ା କାରଖାନାରେ ସୁପରଭାଇଜର ଥିବା ୨୫ ବର୍ଷୀୟ ଦୀପୁ ଚନ୍ଦ୍ର ଦାସ ନାମକ ଜଣେ ବ୍ୟକ୍ତିଙ୍କୁ ମିଛ ଅଭିଯୋଗରେ ଫସାଇ ହତ୍ୟା କରିବା ପରେ ଜାଳି ଦିଆଯାଇଥିଲା। ସେ ଧର୍ମ ବିରୋଧୀ ମନ୍ତବ୍ୟ ଦେଇଥିଲେ ବୋଲି ମିଛ ଅଭିଯୋଗ ହୋଇଥିଲେ ବି ଏହା ପ୍ରାଣିତ ହୋଇପାରି ନାହିଁ। କିନ୍ତୁ ତାଙ୍କୁ ମୁସ୍ଲିମ ମୌଳବାଦୀ ଭିଡ଼ ହତ୍ୟା କରିବା ସହିତ ଜାଳି ଦେଇଥିଲେ। ଡିସେମ୍ବର ୨୮ ତାରିଖରେ ମଧ୍ୟରେ ମଧ୍ୟ ପିରୋଜପୁର ଜିଲ୍ଲାର ଡୁମରିତଲା ଗାଁରେ ଗୋଟିଏ ହିନ୍ଦୁ ପରିବାରର ଅତି କମରେ ପାଞ୍ଚଟି ଘରକୁ ପୋଡ଼ି ଦିଆଯାଇଥିଲା। ସଂଖ୍ୟାଲଘୁଙ୍କ ଉପରେ ଲକ୍ଷ୍ୟ କରି ଆକ୍ରମଣ କରାଯାଇଥିବା ସନ୍ଦେହ କରାଯାଉଛି।

ଶୁକ୍ରବାର ଭାରତ ବାଂଲାଦେଶରେ ହିନ୍ଦୁ,ଖ୍ରୀଷ୍ଟିଆନ ଏବଂ ବୌଦ୍ଧ ସମେତ ଧାର୍ମିକ ସଂଖ୍ୟାଲଘୁଙ୍କ ବିରୁଦ୍ଧରେ ବାରମ୍ବାର ହିଂସା ଘଟଣା ଉପରେ ଗମ୍ଭୀର ଚିନ୍ତା ପ୍ରକାଶ କରିଥିଲା। ଭାରତ ପଡ଼ୋଶୀ ଦେଶର ପରିସ୍ଥିତି ଉପରେ ନିକଟରୁ ନଜର ରଖିଛି ବୋଲି କହିଥିଲା।

ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ବାରମ୍ବାର ହିଂସା ଘଟଣା ସେମାନଙ୍କୁ ଡରାଇ ଦେଇଛି।,ମାନବାଧିକାର ସଂଗଠନ ଏନ୍ ଓ ସାଲିଶ୍ କେନ୍ଦ୍ରର ତଥ୍ୟ ଅନୁଯାୟୀ,୨୦୨୫ମସିହାରେ ବାଂଲାଦେଶରେ ହିଂସାରେ ୧୮୪ଜଣ ଲୋକ ପ୍ରାଣ ହରାଇଛନ୍ତି।