କଟକ ୧୭।୦୩ : ଏସସିବି କାଜୁଆଲିଟିରେ ଅଗ୍ନିକାଣ୍ଡ ଘଟଣା । ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଅନୁଗୁଳ ବଅଁରପାଳର ସୁମନ କୁମାର ସାହୁଙ୍କ ବୋଲି ସୂଚନା ରହିଛି।

ଏ ଖବର ବି ପଢନ୍ତୁ:-କାଳବୈଶାଖୀ ପ୍ରଭାବରେ ୨୦ ଯାଏଁ ବର୍ଷା, ୪୦ କିମି ବେଗରେ ବହିବ ପବନ

ରବିବାର ବିଳମ୍ବିତ ରାତିରେ କଟକ ବଡ଼ ମେଡ଼ିକାଲରେ ଘଟିଥିଲା ଅଘଟଣ । ବିଦ୍ୟୁତ ସର୍ଟ ସର୍ଟିକରୁ ଭୟଙ୍କର ଅଗ୍ନିକାଣ୍ଡରେ ୧୦ ଜଣ ରୋଗୀଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିଲା । ବାକି ଅନ୍ୟ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ବିଭିନ୍ନ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ଆଉ ଏବେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଅନୁଗୁଳ ବଅଁରପାଳର ସୁମନ କୁମାର ସାହୁଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବାର ଅଭିଯୋଗ ଆସିଛି । ନିଆଁରେ ପୋଡ଼ି ହୋଇ ସୁମନଙ୍କ ଚିକିତ୍ସା ଆଇସିୟୁରେ ଚାଲିଥିଲା । ହେଲେ ଏବେ ସୁମନଙ୍କର ମୃତ୍ୟୁ ହୋଇଯାଇଛି ।

ଅନ୍ୟପଟେ  ଅଗ୍ନିକାଣ୍ଡ ଘଟଣାକୁ ଗୁରୁତ୍ବର ସହ ନେଇଛି ଜାତୀୟ ମାନବାଧିକାର କମିଶନ । ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କରିଛି । ୧୫ ଦିନ ମଧ୍ୟରେ ସବିଶେଷ ରିପୋର୍ଟ ଦେବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନିଆଁ ଲାଗିବା ସମ୍ପର୍କରେ ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆର ଅଧ୍ୟକ୍ଷ ମନୋଜ ଜେନା କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ ।

ଏ ଖବର ବି ପଢନ୍ତୁ:-Scb tragedey: ସରକାରଙ୍କୁ ମାନବାଧିକାର କମିଶନଙ୍କ ରିପୋର୍ଟ ତଲବ, ବଢିଲା ମୃତ୍ୟୁ ସଂଖ୍ୟା