ଭୁବନେଶ୍ୱର ୨୯।୦୩ : ଚନ୍ଦ୍ରଶେଖରପୁରରେ ପୁଣି ଦୁର୍ଘଟଣା । ବାଉଁଶ ବୋଝେଇ ଟ୍ରକକୁ ପିଟିଲା ବାଲି ବୋଝେଇ ଟ୍ରକ୍। ଏହି ଦୁର୍ଘଟଣାରେ ବାଲି ବୋଝେଇ ଟ୍ରକ କାଚ ଭିତରେ ପଶିଗଲା ବାଉଁଶ । ଯାହାଫଳରେ ଟ୍ରକ ଡ୍ରାଇଭର ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଡ୍ରାଇଭରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

Also Read:-ଏପ୍ରିଲ୍ ୩ ଯାଏଁ କାଳବୈଶାଖୀରୁ ମିଳିବନି ନିସ୍ତାର, ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଖବର ଅନୁଯାୟୀ, ରବିବାର ଭୋର ସମୟରେ ଚନ୍ଦ୍ରଶେଖରପୁର ଛକ ନିକଟରେ ଘଟିଛି ଭୟଙ୍କର ଦୁର୍ଘଟଣା । ଏକ ବାଉଁଶ ବୋଝେଇ ଟ୍ରକକୁ ଭାରସାମ୍ୟ ହରାଇ ଧକ୍କା ଦେଇଛି ବାଲି ବୋଝେଇ ଟ୍ରକ୍। ଯାହାଫଳରେ ବାଲି ବୋଝେଇ ଟ୍ରକର କାଚ ଭାଙ୍ଗି ଭିତରକୁ ପଶିଯାଇଛି ବାଉଁଶ । ଏହି ଦୁର୍ଘଟଣାରେ ଗାଡ଼ିରେ ଥିବା ଡ୍ରାଇଭର ଜଣଙ୍କ ଗୁରୁତର ହୋଇଥିଲେ । ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

Also Read:- ଦିଲ୍ଲୀ ଗସ୍ତରେ ମୋହନ- ମନମୋହନ, କ୍ୟାବିନେଟ୍ ବିସ୍ତାର ପାଇଁ ହୋଇପାରେ ବଡ଼ ନିଷ୍ପତ୍ତି

ଅନ୍ୟପଟେ ଦୁର୍ଘଟଣା ଲାଗି କିଛି ସମୟ ପାଇଁ ରାସ୍ତାରେ ଜାମ୍ ଦେଖାଦେଇଥିଲା । ପୋଲିସ ଏବଂ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ରାସ୍ତାକୁ କ୍ଲିୟର କରିବାରେ ଲାଗିଛନ୍ତି । ଯାହାଫଳରେ ଲୋକଙ୍କ ଯିବାଆସିବାରେ କୌଣସି ଅସୁବିଧା ହେବ ନାହିଁ ବୋଲି ସୂଚନା ରହିଛି ।

Watch Video:-