ତେଲକୋଇ ୨।୭: ଦୁଃଖ ଦେଇଗଲା ତାମିଲନାଡୁ ଗ୍ୟାସ୍ ଟ୍ରାଜେଡି । ଗ୍ୟାସ୍ ଲିକ୍ ଯୋଗୁଁ ମୃତ୍ୟୁ ହୋଇଥିବା କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ଖରବା ଗାଁର ଅଞ୍ଜଳି ଜୁଆଙ୍ଗଙ୍କ ମରଶରୀର ଗାଁରେ ପହଞ୍ଚିଛି । ବୁଧବାର ବିଳମ୍ବିତ ରାତିରେ ଗାଁରେ ଶବ ପହଞ୍ଚିବା ପରେ ପରିବାର ଲୋକଙ୍କ କାନ୍ଦବୋବାଳିରେ ଘର ଫାଟି ପଡୁଛି । ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଶବ ସତ୍କାର ପାଇଁ ଗ୍ରାମବାସୀ ମାନଙ୍କ ସହଯୋଗରେ ଉଦ୍ୟମ ଜାରି ରହିଛି ।

Also Read:- ଶ୍ରୀମନ୍ଦିରରେ ହେବ ବୈଷୟିକ ଯାଞ୍ଚ, ଏଏସଆଇକୁ ପୂର୍ତ୍ତ ବିଭାଗର ଚିଠି

ରାଜ୍ୟରେ ତାମିଲନାଡୁ ଗ୍ୟାସ୍ ଟ୍ରାଜେଡିରେ ୧୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ କେବଳ କେନ୍ଦୁଝର ଜିଲ୍ଲାରେ ତିନୋଟି ବ୍ଲକରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ଜିଲ୍ଲାରେ କାମଧନ୍ଦା ମିଳୁନଥିବାରୁ ଲୋକେ ଦାଦନ ଦଲାଲଙ୍କ ଜରିଆରେ ତାମିଲନାଡୁ କାମ ସନ୍ଧାନରେ ପଳାଇ ଯାଉଛନ୍ତି । ସେଠାରେ ଦୁର୍ଘଟଣାର ଶିକାର ହୋଇ ଶବ ହୋଇ ଫେରୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି ।