ଭୁବନେଶ୍ବର ୨୬।୭: ଭୁବନେଶ୍ୱରରେ ପୁଣି ହିଟ୍ ଆଣ୍ଡ ରନ୍ ।ତମାଣ୍ଡୋ ଫୁଟ୍ ଓଭରବ୍ରିଜ୍ ନିକଟରେ ଦେଲା ଧକ୍କା । ବରମୁଣ୍ଡା ଯାଏଁ ଘୋଷାଡ଼ି ନେଲା । ଭୟଙ୍କର ଦୁର୍ଘଟଣା । ଦେଖିଥିଲେ ଛାତି ଥରିଉଠିଥାନ୍ତା । ମୃତକଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ହେଲା ।

ସୂଚନାଯୋଗ୍ୟ ଯେ, ଲୁନା ଗାଡ଼ିରେ ଦୁଇ ଭାଇ ଭୁବନେଶ୍ବର ଆସୁଥିଲେ । ସେହି ସମୟରେ ହିଟ୍ ଆଣ୍ଡ୍ ରନ୍ ଘଟିଥିବା ସୂଚନା ମିଳିଛି । ତମାଣ୍ଡୋ ଫୁଟ୍ ଓଭରବ୍ରିଜ୍ ନିକଟରେ ଧକ୍କା ଦେଇଥିଲା ଅଜଣା ଗାଡ଼ି । ଦୁର୍ଘଟଣା ପରେବରମୁଣ୍ଡା ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା । ମୃତଦେହ ଘୋଷାଡ଼ି ବରମୁଣ୍ଡା ଛକ ନିକଟରେ ପକାଇ ଚାଲିଗଲା ଅଜଣା ଗାଡ଼ି । ମୃତକଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ହୋଇଛି ।

ତେବେ ମିଳିଥିବା ସୂଚନା ଅନୁସାରେ, ମୃତକ ହେଲେ ହାଡ଼ୁ ମଲ୍ଲିକ । ଆହତ ହୋଇଥିବା ବ୍ୟକ୍ତି କବି ମଲ୍ଲିକ । ଉଭୟ ଖୋର୍ଦ୍ଧା ବାଘମାରୀର ବୋଲି ଜଣାପଡିଛି । ମେଡିକାଲରେ ଆହତଙ୍କ ଚିକିତ୍ସା ଚାଲିଥିବା ବେଳେ ପୋଲିସ ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସେପଟେ ଆଖପାଖ ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ତଦନ୍ତ ଚଳାଇଛି ।