ଭୁବନେଶ୍ୱର ୨୬।୦୨ : ଭୁବନେଶ୍ୱର ଆଇଗିଣିଆର ପୁଣି ଅଘଟଣ । ଫାଟିଲା କୋଲ୍ଡ ଷ୍ଟୋରେଜ୍ ପାଇପ୍ । ଯାହାଫଳରେ ଆଇଗିଣିଆ ମାର୍କେଟରେ ବିଷାକ୍ତ ଆମେନିଆ ଗ୍ୟାସ୍ ଲିକ୍ ହୋଇଛି । ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ଚାଲିଛି ।

ଏ ଖବର ବି ପଢନ୍ତୁ:- କଟକର ପୁରାତନ ଅଞ୍ଚଳ ପାଇଁ ସ୍ୱତନ୍ତ୍ର ନିର୍ମାଣ ନିୟମାବଳୀ, ୪୩ ପୁରାତନ ଓ୍ବାର୍ଡରେ କାର୍ଯ୍ୟକାରୀ ହେବ ନିୟମ

ଖବର ଅନୁଯାୟୀ, ଆଇଗିଣିଆ କୋଲ୍ଡ ଷ୍ଟୋରେଜକୁ ଯାଇଥିବା ଆମୋନିଆ ଗ୍ୟାସ୍ ପାଇପ ଲିକ୍ ହୋଇଛି । ଯାହାଫଳରେ ଚାରିଆଡେ ଆମୋନିଆ ଗ୍ୟାସ୍ ଲିକ୍ ହୋଇଛି । ବିଳମ୍ବିତ ରାତିରେ ଏପରି ଘଟିଥିବା ବେଳେ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆରମ୍ଭ କରିଥିଲା ଅପରେସନ । ଦୋକାନ ଦୋକାନ ବୁଲି ଲୋକଙ୍କୁ ଉଦ୍ଧାର କରିଥିଲେ ଅଗ୍ନିଶମ ବାହିନୀ । ଦୀର୍ଘ ୪ ଘଣ୍ଟାର ପରିଶ୍ରମ ପରେ ଗ୍ୟାସ୍ ବ୍ୟାପିବା ଉପରେ ନିୟନ୍ତ୍ରଣ ପାଇଥିଲା ଅଗ୍ନିଶମ ବାହିନୀ ।କୋଲ୍ଡ ଷ୍ଟୋରେଜ୍ ଭିତରେ ପଶି ଲିକ୍ ହେଉଥିବା ଭାଲବ୍କୁ ବନ୍ଦ କରିଛି ଅଗ୍ନିଶମ ବାହିନୀ । ଏହି ଅପରେସନରେ ତମାଣ୍ଡୋ, ଭୁବନେଶ୍ୱର, ସେକ୍ରେଟାରୀ ଫାୟାର ଷ୍ଟେସନ, ଷ୍ଟ୍ରାଇକିଂ ଫୋର୍ସ ସହ ୫ଟି ଦମକଳ ବାହିନୀ ନିୟୋଜିତ ଥିଲେ । ୩୫ ଜଣ ଅଗ୍ନିଶମ କର୍ମଚାରୀଙ୍କ ସହ ଡିଏଫ୍ଓ, ଏଏଫ୍ଓ ଓ ସେଣ୍ଟ୍ରାଲ ରେଞ୍ଜ ଫାୟାର ଅଫିସର୍ ସମେତ ସ୍ଥାନୀୟ ଖଣ୍ଡଗିରି ଥାନା ପୋଲିସ ଅପରେସନରେ ସାମିଲ ଥିଲେ। ପାଇପରୁ ଆମୋନିଆ ଗ୍ୟାସ୍ କାହିଁକି ଓ କିପରି ଲିକ୍ ହେଲା, ସେ ନେଇ ତଦନ୍ତ କରିବ ଅଗ୍ନିଶମ ବିଭାଗ।

ଏ ଖବର ବି ପଢନ୍ତୁ:- ଫଗୁ ଦଶମୀ ଅବସରରେ ମହାପ୍ରଭୁଙ୍କ ଚାଚେରୀ ବେଶ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି