ଭୁବନେଶ୍ୱର: ବାତିଲ ହେଲା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ। ଆସନ୍ତା ୨୯ ତାରିଖରେ ଅମିତ ଶାହ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ଥିବାବେଳେ ଏବେ ଏହି ଗସ୍ତ ବାତିଲ ହୋଇଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଆସନ୍ତା ୨୯ ତାରିଖରେ ପୁରୀରେ ଇଷ୍ଟର୍ଣ୍ଣ ଜୋନାଲ କାଉନସିଲର ୨୮ତମ ବୈଠକ ଅନୁଷ୍ଠିତ ହେବାର ଥିଲା। ଏହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା।

କିନ୍ତୁ କୌଣସି କାରଣରୁ ଉକ୍ତ ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ ବୈଠକ ବାତିଲ ହୋଇଥିବା ସୂଚନା ମିଳିଛି। ବୈଠକ ବାତିଲ ହେବା ପରେ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ମଧ୍ୟ ବାତିଲ ହୋଇଥିବା ଜଣାପଡ଼ିଛି। ତେବେ ବୈଠକ ବାତିଲର କାରଣ ଏବଂ ଏହାର ପରବର୍ତ୍ତୀ ତାରିଖ ସମ୍ପର୍କରେ ଆନୁଷ୍ଠାନିକ ଭାବରେ କୌଣସି ସୂଚନା ଦିଆଯାଇନାହିଁ ।