ନୂଆଦିଲ୍ଲୀ: ପାଞ୍ଚଟି ରାଜ୍ୟରୁ ତିନୋଟି ରାଜ୍ୟରେ ନିର୍ବାଚନ ଜିତିବା ପରେ ସରକାର ଗଢିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି ବିଜେପି। ସେଥିପାଇଁ ପଶ୍ଚିମବଙ୍ଗ ପାଇଁ ପର୍ଯ୍ୟବେକ୍ଷକ ଏବଂ ସହ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି ବିଜେପିର ସଂସଦୀୟ ବୋର୍ଡ କମିଟି। ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ଵ ଦିଆଯାଇଛି। ସବୁଠୁ ବଡ କଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସହପର୍ଯ୍ୟବେକ୍ଷକ ଦାୟିତ୍ଵ ଦେଇଛନ୍ତି ଦଳୀୟ ହାଇକମାଣ୍ଡ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଏମିିତି ଗୁରୁ ଦାୟିତ୍ଵ ମିଳିବା ନିଶ୍ଚିତ ରୂପେ ଓଡ଼ିଶାବାସୀଙ୍କ ପାଇଁ ଗର୍ବର କଥା।

​​​​​​​

ରାଜ୍ୟ ନିର୍ବାଚନରେ ବିଜେପି ସାଧାରଣତଃ କେବେ ବି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରେ ନାହିଁ। ତେଣୁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅମିତ ଶାହଙ୍କ ଚେହେରା ନିର୍ବାଚନ ଲଢିଥିଲା ବିଜେପି। ପ୍ରଧାନମନ୍ତ୍ରୀ ନିଜେ ରାଜ୍ୟବ୍ୟାପୀ ଏକ ବଡ଼ ରାଲି କରିଥିଲେ। ଗତ ମାସ ଧରି, ପ୍ରଧାନମନ୍ତ୍ରୀ ମୋଦୀ ଜଣେ ସମର୍ପିତ ଦଳୀୟ କର୍ମୀ ଭାବେ ପ୍ରଚାର କରିଥିଲେ। 

also read- ‘ଗୋଇଠା ମାରିଲେ, ସିସିଟିଭି ମଧ୍ୟ ବନ୍ଦ କରିଦେଲେ’, ଭୋଟ ଗଣତି ମଧ୍ୟରେ ମମତା ବାନାର୍ଜୀଙ୍କ ସଙ୍ଗୀନ ଅଭିଯୋଗ

ଏହାରି ଭିତରେ ପଶ୍ଚିମବଙ୍ଗ ବିଧାୟକ ଦଳ ନେତା ବାଛିବେ ଅମିତ ଶାହ ଓ ମୋହନ ମାଝୀ। ଅମିତ ଶାହଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ସେହିପରି ମୋହନ ମାଝୀଙ୍କୁ ସହ-ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି। ଏହା ପୂର୍ବରୁ ମୋହନ ମାଝୀ ଝାଡ଼ଖଣ୍ଡ ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କ ପକ୍ଷରୁ ପ୍ରଚାର କରିଥିଲେ। ଏହା ପରେ ତାଙ୍କୁ ଦଳୀୟ ଶୀର୍ଷ ନେତୃତ୍ଵ ପଶ୍ଚିମବଙ୍ଗ ନିର୍ବାଚନରେ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ୍ କରିଥିଲେ। ପଶ୍ଚିମବଙ୍ଗରେ ଐତିହାସିକ ବିଜୟ ପରେ ଏବେ ସେଠାରେ ଅମିତ ଶାହଙ୍କ ସହ ମିଶି ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଚୟନ କରିବେ ମୁଖ୍ୟମନ୍ତ୍ରୀ ମାେହନ ମାଝୀ।

୨୦୬  ଆସନରେ ରେକର୍ଡ ବିଜୟ ସହ ବିଜେପି ପ୍ରଥମ ଥର ପଶ୍ଚିମବଙ୍ଗରେ କ୍ଷମତାକୁ ଆସିଛି । ପୂରା ପୂର୍ବ ଭାରତ ମୋଦୀଙ୍କ ଫୋକସରେ ଥିବାବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଚୟନରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅମିତ ଶାହଙ୍କ ଭଳି ତୁଙ୍ଗ ନେତୃତ୍ୱଙ୍କ ସହଯୋଗୀ ହେବା ଏକ ଭିନ୍ନ ବାର୍ତ୍ତା ଦେଇଥିବା ଚର୍ଚ୍ଚା ହେଉଛି । ଆଦିବାସୀ ଓ ଗରିବ ବହୁଳ ପୂର୍ବ ଭାରତରେ ମୋହନଙ୍କ ରାଜନୈତିକ ଚେହେରା ବଡ଼ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଆଗ୍ରହୀ ଥିବା ପୂର୍ବରୁ ଚର୍ଚ୍ଚା ହୋଇଆସିଛି । 

Also Read: ଆମେ ହାରିନୁ, ଆମକୁ ହରାଇ ଦିଆଗଲା, ପରାଜୟ ପରେ ବିଜେପି ଉପରେ ଗର୍ଜିଲେ ମମତା

ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାରରେ ସାମିଲ ହୋଇ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ୬ଟି ବିଧାନସଭା କ୍ଷେତ୍ରରେ ଧୂଆଁଧାର ପ୍ରଚାରରେ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଥିଲା । ଏହି ୬ରୁ ୫ଟି ଆସନରେ ବିଜେପି ପ୍ରାର୍ଥୀମାନେ ବଡ଼ ବିଜୟ ହାସଲ କରିଛନ୍ତି । ପଶ୍ଚିମବଙ୍ଗ ବିଜେପି ବିଧାୟକ ଦଳ ନେତା ନିର୍ବାଚନରେ ମୋହନ ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହଙ୍କ ସହଯୋଗୀ ଭୂମିକାରେ ରହିବା ଅନେକ ରାଜନୈତିକ ସନ୍ଦେଶ ଦେଉଥିବା ଚର୍ଚ୍ଚା ହେଉଛି । ଉଲ୍ଲେଖନୀୟ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ଓ ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂ ସାଇନିଙ୍କୁ ଆସାମର ପର୍ଯ୍ୟବେକ୍ଷକ ଓ ସହପର୍ଯ୍ୟବେକ୍ଷକ ଦାୟିତ୍ଵ ଦେଇଛି ଦଳ