ନବରଙ୍ଗପୁର ୨୧।୧୧: ଡାକ୍ତର-ବିଧାୟକ ମୁହାଁମୁହିଁ । ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଧାୟକ ଓ ଡାକ୍ତରଙ୍କ ମଧ୍ୟରେ ବଚସା ହୋଇଥିଲା । ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ନବରଙ୍ଗପୁର ପାପଡ଼ାହାଣ୍ଡି ବ୍ଲକ ଜଟାବାଲ ଆଶ୍ରମ ବିଦ୍ୟାଳୟର ଜଣେ ଚତୁର୍ଥ ଶ୍ରେଣୀର ଛାତ୍ର ଅଧିକ ପରିମାଣର ପାରାସିଟାମଲ୍ ଟାବଲେଟ୍ ଖାଇ ଗୁରୁତର ହୋଇପଡ଼ିଥିଲେ । ପ୍ରଥମେ ତାଙ୍କୁ ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣା ଯାଇଥିଲା । ଏହି ସମୟରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ବିଜେଡିର ବରିଷ୍ଠ ନେତା ପ୍ରଦୀପ ମାଝୀ ଏବଂ ଛାତ୍ରଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲେ ।

Also Read:- ବିରୂପାକ୍ଷ ଅଗ୍ରୱାଲ ହତ୍ୟା ମାମଲାରେ ହେଡମାଷ୍ଟରଙ୍କ ସମ୍ପୃକ୍ତି, ଫେରାର କରାଇଥିଲେ ହାବିଲଦାର!

ବିଧାୟକ ମନୋହର ରନ୍ଧାରୀଙ୍କ ଅଭିଯୋଗ ଅନୁଯାୟୀ, ଛାତ୍ରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯିବା ସମୟରେ କୌଣସି ଡାକ୍ତର କିମ୍ବା କର୍ମଚାରୀ ଉପସ୍ଥିତ ନଥିଲେ । ଏପରିକି ଷ୍ଟ୍ରେଚର ଓ ହ୍ୱିଲ୍ ଚେୟାରର ମଧ୍ୟ ଉପଯୁକ୍ତ ବ୍ୟବସ୍ଥା ନଥିଲା । ଛାତ୍ରଙ୍କ ଚିକିତ୍ସା ପାଇଁ ସେ ସିଡିଏମଓଙ୍କୁ ଫୋନ୍ କରିବା ପରେ ଡାକ୍ତର ଆସିଥିଲେ । ଯାହାକୁ ନେଇ ବିଧାୟକ ଏବଂ ଡାକ୍ତରଙ୍କ ମଧ୍ୟରେ ବଚସା ହୋଇଥିଲା । ଏହି ସମୟର ଭିଜୁଆଲ ଏବେ ଭାଇରାଲ୍ ହେଉଛି । ତେବେ ବୁଝାସୁଝା ପରେ ଛାତ୍ରଙ୍କ ଚିକିତ୍ସା କରାଯାଇଥିଲା । ବର୍ତ୍ତମାନ ଛାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରିଥିବା ଜଣାପଡ଼ିଛି ।

Watch Video: