ହାଇଦ୍ରାବାଦ: ଗତ ପ୍ରାୟ ଚାରି ମାସ ହେବ ବକ୍ସ ଅଫିସରେ ରାଜ୍ କରି ଚାଲିଛି ଫିଲ୍ମ ଧୁରନ୍ଧର। ପାକିସ୍ତାନ ଓ ଆତଙ୍କବାଦ ସହିତ ଦେଶଭକ୍ତି ଓ ବଳିଦାନ ଭାବନା ନେଇ ନିର୍ମିତ ଫିଲ୍ମରେ ରଣବୀର ସିଂ ବେଶ ଚର୍ଚ୍ଚାରେ ରହିଛନ୍ତିହେଲେ ପୁଷ୍ପା ପରି ଅଲ୍ଲୁ ଅର୍ଜୁନଙ୍କ ଆଟିଚ୍ୟୁଟ ସହ ବରାବର କରି ପାରି ନାହାନ୍ତି। ଅଲ୍ଲୁ ଅର୍ଜୁନ ଜଣେ ଆଇକନିକ ସୁପର ଷ୍ଟାର। ଆଜିର ସିନେମାରେ କାହାଣୀ, କଳାକାରା, କ୍ରାଇମ ସହିତ ଯେଉଁ ଗୋଟିଏ ଜିନିଷ ବହୁତ ପସନ୍ଦ କରାଯାଉଛି ତାହା ହେଉଛି କ୍ରାଫ୍ଟା। ଧୁରନ୍ଧରର କ୍ରାଫ୍ଟ ମଧ୍ୟ ଲୋକଙ୍କୁ ଚକିତ କରିବା ସହ ବେଶ ଲୋକପ୍ରିୟତା ସାଉଁଟିଛି। ହେଲେ ଏବେ ଅଲ୍ଲୁ ଅର୍ଜୁନଙ୍କ ଆଗାମୀ ଫିଲ୍ମ ରାକା(RAAKA)ର ପୋଷ୍ଟର ସଭିଙ୍କୁ ଆଚମ୍ବିତ କରିଛି ଏବଂ ବେଶ ଆକର୍ଷିତ ରହିଛି। ଅଲ୍ଲୁଙ୍କ ଏହି ଲୁକ୍ ଏବେ ଜୋରଦାର ଭାଇରାଲ୍ ହେବାରେ ଲାଗିଛି।

ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା ସିରିଜର ଦୁଇ ଫିଲ୍ମର କାହାଣୀ, କଳାକାର ଓ କ୍ରାଫ୍ଟ କାରଣରୁ ଚର୍ଚ୍ଚାରେ ରହିଛି। ଅଲ୍ଲୁ ଉକ୍ତ ଫିଲ୍ମରେ ଏମିତି ଅଭିନୟ କରିଥିଲେ ଯେ, ତାଙ୍କର ଚାଲିଚଳନ ଓ ଆବଭାବକୁ ଲୋକେ ଅନୁସରଣ କରିବାରେ ଲାଗିଲେ। ଯେବେ କୌଣସି କଳାକାରଙ୍କ ଆବଭାବ ସାଧାରଣ ଲୋକେ ଆପଣେଇ ନିଅନ୍ତି ତେବେ ଉକ୍ତ କଳାକାରଙ୍କୁ ଆଇକନିକ ସୁପରଷ୍ଟାର କହିବାରେ କୌଣସି ଅତ୍ୟୁକ୍ତି ହେବନି।

Also Read: ‘ରାମାୟଣ’ ପାଇଁ କିଏ ନେଇଛନ୍ତି କେତେ ଟଙ୍କା ? ଫାଷ୍ଟ ଲୁକ୍ ଆସିବା ପରେ ଜାଣିବାକୁ ଉତ୍ସାହିତ ଫ୍ୟାନ୍ସ

ଧୁରନ୍ଧରରେ ରଣବୀରଙ୍କ ଅଭିନୟକୁ ସମସ୍ତେ ପ୍ରଶଂସା କରିଛନ୍ତି, ମାତ୍ର ତାଙ୍କର ଆବଭାବକୁ ପ୍ରଶଂସକ ଆପଣେଇ ନାହାନ୍ତି। ଦର୍ଶକ ଆକ୍ଟରଙ୍କ ବଦଳରେ ଫିଲ୍ମକୁ ଭଲ ପାଇବା ଦେଇଛନ୍ତି। ମାତ୍ର ଅଲ୍ଲୁ ଅର୍ଜୁନଙ୍କ ସହିତ ଏମିତି ନୁହେଁ। ଦର୍ଶକ ତାଙ୍କ ଫିଲ୍ମକୁ ଯେତିକି ଭଲ ପାଇବା ଦିଅନ୍ତି, ସେତିକି ତାଙ୍କୁ ମଧ୍ୟ ପସନ୍ଦ କରନ୍ତି।

ପୋଷ୍ଟର ଜାରି ହେବା ମାତ୍ରେ ଭାଇରାଲ୍

ପୁଷ୍ପା ୩ର ଚର୍ଚ୍ଚା ମଧ୍ୟରେ ଅଲ୍ଲୁଙ୍କ ଆଗାମୀ ପିଲ୍ମ ରାକାର ପୋଷ୍ଟର ଜାରି ହେବା ମାତ୍ରେ ଚର୍ଚ୍ଚାରେ ରହିଛି। ଏହି ଫିଲ୍ମର ନାଁ ପ୍ରଥମେ AA22xA6 ରଖାଯାଇଥିଲା। ଅଲ୍ଲୁ ପୁଷ୍ପାର ପ୍ରଥମ ଭାଗରେ ଫାୟର ଥିଲେ, ଦ୍ଵିତୀୟରେ ଥିଲେ ଓ୍ଵାଇଲ୍ଡ ଫାୟର। ଏବେ ରାକାରେ ସେ ଭୋଲକାନୋ ମଚାଇବା ପାଇଁ ଆସୁଛନ୍ତି। କିନ୍ତୁ ପୁରୁଣା ଟାଇଟଲ୍ ଅସ୍ଥାୟୀ ଭାବେ ରଖା ଯାଇଥିଲା।

ପଦରାକୁ କେବେ ଆସିବ ରାକା

ପ୍ରାୟ ୮୦୦ କୋଟି ବଡ଼ ବଜେଟରେ ନିର୍ମାଣ ହେଉଥିବା ଏହି ପାନ୍ ଇଣ୍ଡିଆ ଫିଲ୍ମରେ ଅଲ୍ଲୁ ଅର୍ଜୁନ ଏକାଧିକ ଚରିତ୍ରରେ ନଜର ଆସିବେ। ଫିଲ୍ମ ଅନେକ ଭାରତୀୟ ଭାଷାରେ ରିଲିଜ୍ ହେବ। ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ଭାବେ ଅଛନ୍ତି ଦୀପିକା ପାଦୁକୋନ। ଦୀପିକା ଅଲ୍ଲୁ ଅର୍ଜୁନଙ୍କ ସହ କାମ କରିବା ନେଇ ବେଶ ଉତ୍ସାହିତ ଅଛନ୍ତି। ରାକାର ରିଲିଜକୁ ସେ ଚାତକ ପରି ଚାହିଁ ରହିଛନ୍ତି।

Also Read: ରଜନୀକାନ୍ତଙ୍କ ‘ଜେଲର ୨’ରେ କ୍ୟାମିଓ କରିବାକୁ ମନା କଲେ ଶାହରୁଖ, ସାମ୍ନାକୁ ଆସିଲା ପ୍ରକୃତ କାରଣ

ଫିଲ୍ମରେ ଦୀପିକାଙ୍କ ସହ ଅନ୍ୟ କଳାକାର ମଧ୍ୟରେ ରଶ୍ମିକା ମନ୍ଦାନା, ମୃଣାଲ ଠାକୁର, ଜାହ୍ନବୀ କପୁର, ରାମ୍ୟା କୃଷ୍ଣନ ଓ ଯୋଗୀ ବାବୁ ରହିଛନ୍ତି। ହେଲେ ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ଓ ଏଟଲୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ପାଇଁ ଦର୍ଶକଙ୍କୁ ଆଉ କିଛି ସମୟ ଅପେକ୍ଷା କରିବାକୁ ପଡ଼ିବ। ରାକା ୨୦୨୬ ନୁହେଁ ୨୦୨୭ରେ ରିଲିଜ୍ ହେବ।