ମୁମ୍ବାଇ ୦୮।୦୪ : ‘ଜେଲର ୨’ର ଫ୍ୟାନ୍ସ ହେବେ ନିରାଶ । ନଜର ଆସିବେନି ସାହାରୁଖ ଖାନ । ଦୁଇ ସୁପରଷ୍ଟାର୍ ଏକା ସାଙ୍ଗରେ ପରଦାରେ ଆସିଥାନ୍ତେ । ରଜନୀକାନ୍ତ ଏବଂ ସାହାରୁଖ ଖାନଙ୍କୁ ଦେଖିବାକୁ ଫ୍ୟାନ୍ସ ବି ଉତ୍ସାହିତ ଥିଲେ । ସଦ୍ୟ ରିପୋର୍ଟ ଅନୁସାରେ ଫିଲ୍ମରେ କେମିଓ ଚରିତ୍ରରେ ଆସିଥାନ୍ତେ ସାହାରୁଖ । ମାତ୍ର ଏବେ ଏହାକୁ ସାହାରୁଖ ମନା କରିଛନ୍ତି । ସେ ଫିଲ୍ମର ଟିମ୍ ଆଗରେ କିଛି ସର୍ତ୍ତ ରଖିଥିବା କୁହାଯାଇଛି । ଯାହାକୁ ନେଇ ଏବେ ସସପେନ୍ସ ଦେଖାଦେଇଛି । କୁହାଯାଉଛି କି ସେ ଫିଲ୍ମରେ ଏକ ପୋଲିସ ଅଫିସରର ଭୂମିକା ନିଭାଇଥାନ୍ତେ । ଯିଏ ଅସୁବିଧା ସମୟରେ ରଜନୀକାନ୍ତଙ୍କୁ ସାହାଯ୍ୟ କରିବେ । ଏହି ଘଟଣା ସୁଟିଂ ପର୍ଯ୍ୟନ୍ତ ପହଞ୍ଚିଥିଲା । ମାତ୍ର ଏବେ ଗଣମାଧ୍ୟମ

ରିପୋର୍ଟ୍ସରେ କୁହାଯାଉଛି କି ସାହାରୁଖ ଖାନ ଏହି ଫିଲ୍ମରେ କେମିଓ କରିବାକୁ ମନା କରି ଦେଇଛନ୍ତି । ସେ ବି ନିଜ ଫିଲ୍ମ କିଙ୍ଗ୍ କାରଣରୁ । ସେ ‘ଜେଲର ୨’ରେ କେମିଓ ପାଇଁ ଏହାର ଟିମ୍ ନିକଟରେ ଏକ ସର୍ତ୍ତ ରଖିଛନ୍ତି । ଯାହାକୁ ରଜନୀକାନ୍ତଙ୍କ ଫିଲ୍ମର ମେକର୍ସ ମାନୁ ନାହାନ୍ତି । ସୂଚନା ମୁତାବକ, ‘ଜେଲର ୨’ର ମେକର୍ସ ସାହାରୁଖଙ୍କୁ ୫ଦିନର ସମୟ ମାଗିଥିଲେ । ତାଙ୍କର ଏହି ସୁଟିଂ ଚଣ୍ଡିଗଡ଼ କିମ୍ବା ମୁମ୍ବାଇର କୌଣସି ଏକ ସ୍ଥାନରେ ହୋଇଥାନ୍ତା । ସେ ଏଥିପାଇଁ ପୂରା ପ୍ରସ୍ତୁତ ବି ଥିଲେ । କିନ୍ତୁ ସାହାରୁଖ ତାଙ୍କ ମନ ବଦଳାଇ ଦେଇଛନ୍ତି । କାରଣ ତାଙ୍କର ଫୋକସ ଏବେ ସମ୍ପୂର୍ଣ୍ଣ କିଙ୍ଗ୍ ଉପରେ ରହିଛି । ଏହି ଫିଲ୍ମ ତାଙ୍କ ପାଇଁ ବହୁ ଖାସ୍ ଅଟେ ।

ଏହା ଏଥିଲାଗି କି କାରଣ ଏହି ଫିଲ୍ମରେ ତାଙ୍କ ଝିଅ ସୁହାନା ଖାନ୍ ବଡ଼ ପରଦାରେ ଲଞ୍ଚ ହେଉଛନ୍ତି । ଟିମ୍ ସହ ହୋଇଥିବା କଥା ଅନୁସାରେ ସାହାରୁଖ ଖାନ କେମିଓ କରିବାକୁ ଇଛା ପ୍ରକାଶ କରିଥିଲେ । ଏହାସହ ବି କହିଥିଲେ ଜେଲର ୨ର ରିଲିଜ୍ କିଙ୍ଗ୍ ପରେ ରଖାଯାଉ । ଏହା ଏଥିଲାଗି କହିଥିଲେ କି ତାଙ୍କର ଲାଟେଷ୍ଟ ଲୁକ୍ କିଙ୍ଗ୍ ସହ ଯୋଡ଼ି ହୋଇ ଦେଖାଯାଉଛି । ତାଙ୍କର କହିବା ଅନୁସାରେ କିଙ୍ଗରେ ତାଙ୍କର ଏକ ଭିନ୍ନ ଲୁକ୍ ଅଛି । ଏଥିଲାଗି ସେ ଚାହୁଁନାହାନ୍ତି କି କୌଣସି ଅନ୍ୟ ଫିଲ୍ମରେ ତାଙ୍କର ଲାଟେଷ୍ଟ ଲୁକ୍ ନଜର ଆସୁ, ଏବଂ ତାଙ୍କର ଏହି ଲୁକ୍ ଲିକ୍ ହେଉ ।

Also Read- କ'ଣ ପୁଣି ଥରେ ଯୋଡିହେଉଛି କି ପୁରୁଣା ସଂପର୍କ? ପୂର୍ବତନ ସ୍ୱାମୀଙ୍କ ଘରେ ପହଞ୍ଚିଲେ ନତାଶା