ଛତ୍ରପୁର ୧୧।୦୮ : ମଝି ଚିଲିକାରୁ ଅପହରଣ ଅଭିଯୋଗ। ଚିଲିକା ଭିତରକୁ ମାଛ ଧରିବାକୁ ଯାଇଥିବା ବେଳେ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ତେବେ କିଏ ଅପହରଣ କରିଛି ସେ ନେଇ ସ୍ପଷ୍ଟ ଭାବରେ ଜଣାପଡ଼ିନାହିଁ। ପୁରୀ କୃଷ୍ଣପ୍ରସାଦ ଥାନା କୁମାରପୁର ଗାଁରେ ନିଜ ସମ୍ପର୍କୀୟଙ୍କ ଘରକୁ ନାବାଳକ ଜଣକ ବୁଲିବାକୁ ଆସିଥିଲେ। ନାବାଳକ ଜଣକ ପିପିଲି ଅଞ୍ଚଳର | ଗତକାଲି ସନ୍ଧ୍ୟାରେ ଚିଲିକାରେ ମାଛ ଧରିବାକୁ ଯାଇଥିବା ବେଳେ ହଠାତ୍ ସେ ନିଖୋଜ ହୋଇ ଯାଇଛନ୍ତି। କୃଷ୍ଣପ୍ରସାଦ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ତଦନ୍ତ ଚଳାଇଛି।