ଭୁବନେଶ୍ବର ୮।୩: ରାଜଧାନୀ ଭୁବନେଶ୍ବରରେ ଲଭ୍ ଜିହାଦ ! ସହିଦନଗର ଥାନା ଅଞ୍ଚଳରୁ ଆସିଛି ଏଭଳି ସାଙ୍ଘାତିକ ଅଭିଯୋଗ । ମିଛ ପରିଚୟ ଦେଇ ଯୁବତୀଙ୍କୁ ପ୍ରେମ ପରେ ପ୍ରତାରଣା । ହିନ୍ଦୁ ଯୁବକର ପରିଚୟ ଦେଇ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଥିଲା । ଯୁବତୀ ଜାଣିଦେବା ପରେ ହୋଟେଲକୁ ଡାକି ଅକଥନୀୟ ନିର୍ଯାତନା ଦେଇଥିଲା ଅଭିଯୁକ୍ତ । ଜୋର ଜବରଦସ୍ତ କର୍ଣ୍ଣାଟକ ନେଇଯିବା ବେଳେ ଅଧାବାଟର ମାଡି ବସିଲା ସହିଦନଗର ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଉଛି ଇରଫାନ ଅନସାରୀ । ନିଜକୁ ଜୟରାମ ଶର୍ମା ବୋଲି ପରିଚୟ ଦେଇ ଭୁବନେଶ୍ୱରର ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଥିଲା । ଅଭିଯୁକ୍ତର ଘର କର୍ଣ୍ଣାଟକ । ସୋସିଆଲ ମିଡିଆରେ ସମ୍ପର୍କ ଆରମ୍ଭ କରିଥିଲେ । ନିଜ ପରିଚୟ ଲୁଚାଇ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଥିଲେ । ଯୁବକଙ୍କ ଅସଲ ପରିଚୟ ଜାଣିଦେବା ପରେ ଯୁବତୀ ଦୂରେଇ ଯିବାକୁ ବସିଥିବା ବେଳେ ହୋଟେଲକୁ ଡାକି ନିର୍ଯାତନା ଦେଇଥିବା ଅଭିଯୋଗ କରିଥିଲେ ଯୁବତୀ । ଇରଫାନ ଆନସାରୀଙ୍କ ଗାଡିରୁ ବିଭିନ୍ନ ମାରଣାସ୍ତ୍ର ସହ ଫେକ୍ ପରିଚୟ ପତ୍ର ଜବତ କରିଛି ପୋଲିସ ।

ଏ ଖବର ବି ପଢ଼ନ୍ତୁ:- ବେଆଇନ ଇଟାଭାଟି ଉଚ୍ଛେଦରେ ଅହେତୁକ ବିଳମ୍ବ, RI ଏବଂ ତହସିଲଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କ ଚିଠି

ସୂଚନାଯୋଗ୍ୟ ଯେ, କର୍ଣ୍ଣାଟକର ଏକ ହୋଟେଲରେ ଯୁବତୀ କାମ କରୁଥିବା ବେଳେ ସେଠାରେ ତାଙ୍କର ଜୟରାମ ଶର୍ମା ନାମକ ଯୁବକଙ୍କ ସହ ପରିଚୟ ହୋଇଥିଲା । ଯୁବତୀ ଭୁବନେଶ୍ୱରର ଏକ ବିଶ୍ୱବିଦ୍ୟାଳୟରୁ ସାଇକୋଲୋଜି ସହ ଏୟାର ହୋଷ୍ଟେସ ପାଠ ପଢିଥିବା ବେଳେ ଯୁବକ ଜଣକ ସିଭିଲ ଇଞ୍ଜିନିୟରିଂରେ ବିଟେକ୍ କରିଥିଲେ । ଯୁବକଙ୍କ ବାପା ଫାଷ୍ଟ କ୍ଲାସ କଣ୍ଟ୍ରାକ୍ଟର ଥିବାରୁ ବାପାଙ୍କ ବିଜନେସ ସମ୍ଭାଳିଥିଲେ ପୁଅ । ଧିରେ ଧିରେ ଉଭୟ ସୋସିଆଲ ମିଡିଆରେ ନିଜ ସଂପର୍କ ବଢାଇଲେ । ପରେ ଏହି କଥାବାର୍ତ୍ତା ଓ ଦେଖା ସାକ୍ଷାତ ପ୍ରେମରେ ପରିଣତ ହୋଇଥିଲା ।

ଏ ଖବର ବି ପଢ଼ନ୍ତୁ:- ​​​​​​​ସୋମବାର ମହାପ୍ରଭୁଙ୍କ ଖସାପଡ଼ା ନୀତି, ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ତେବେ ଯୁବତୀ ଜଣକ ପରେ ପୁରୀ ଆସି ସେଠାରେ ଚାକିରି କରୁଥିବା ବେଳେ ଜୟରାମ ଶର୍ମା ପୁରୀ ଆସି ମଧ୍ୟ ଦେଖା କରିଥିଲେ । ଏମିତି ଏକ ବର୍ଷ ବିତିଥିଲା । ହେଲେ ଜୟଙ୍କ ବିଷୟରେ ସମ୍ପୂର୍ଣ୍ଣ କଥା ଜାଣି ନଥିଲେ ଯୁବତୀ । କିନ୍ତୁ ସମୟ ଗଡିବା ସହ ଯୁବତୀଙ୍କ ସାମ୍ନାକୁ ଆସିଲା ସବୁ ସତ । ଯୁବତୀ ଜୟରାଜ ଶର୍ମା ଭାବି ଯାହାକୁ ଭଲ ପାଇଥିଲେ ସେ ବାହାରିଲେ ଇରଫାନ ଅନସାରୀ । ସନ୍ଦେହ ସେତେବେଳେ ସତ ହୋଇଥିଲା ଯେତେବେଳେ ଯୁବକଙ୍କ ଆଧାର କାର୍ଡ ମିଳିଥିଲା । ଗୋଟିଏ ଆଧାର କାର୍ଡରେ ଇରଫାନ ଅନସାରୀ ନାମ ଥିବାବେଳେ ଅନ୍ୟଟିରେ ଜୟରାମ ଶର୍ମା ଲେଖା ହୋଇଥିଲା । ଘଟଣା ଜାଣିବା ପରେ ଯୁବକ ଜଣକ ଯୁବତୀଙ୍କୁ ଜବରଦସ୍ତ ହୋଟେଲ୍ ରୁମ୍ ରେ ଶାରୀରିକ ସମ୍ପର୍କ ରଖିବା ସହ କର୍ଣ୍ଣାଟକ ନେବାକୁ ଯୋଜନା କରିଥିଲେ । ଯୁବତୀ ବିରୋଧ କରିବାରୁ ଯୁବକ ମରଣାନ୍ତକ ଆକ୍ରମଣ କରିଥିଲେ । ଏଥିସହିତ ଜୟରାମ ଶର୍ମା ଓରଫ ଇରଫାନ ଅନସାରୀ ଭୁବନେଶ୍ବରରୁ ଫେରାର ହେବା ପୂର୍ବରୁ ମାଡ଼ି ବସିଥିଲା ସହିଦନଗର ଥାନା ପୋଲିସ ।