ରାଉରକେଲା ୧୨।୪: ଦେଢ଼ ଲକ୍ଷ ଟଙ୍କାରେ ଯୁବତୀଙ୍କୁ ବିକ୍ରି ଅଭିଯୋଗ । ବୀରମିତ୍ରପୁର ଥାନାରେ ଲିଖିତ ଅଭିଯୋଗ କଲେ ପରିବାର ଲୋକେ ।

ଚାକିରି କରାଇଦେବା କହି ବୀରମିତ୍ରପୁର ଥାନା ପିଟର ଧୋବେଇ ଗାଁର ଯୁବତୀଙ୍କୁ ସେହି ଗାଁର ମହିଳା ଏବଂ ତାଙ୍କ ସ୍ୱାମୀ ରାଉରକେଲା ନେଇ ଆସିଥିଲେ । ପରେ ରାଉରକେଲାର ଜଣେ ମହିଳା ଏବଂ ତାଙ୍କ ପୁରୁଷ ବନ୍ଧୁଙ୍କ ସହାୟତାରେ ଯୁବତୀଙ୍କୁ ମଧ୍ୟପ୍ରଦେଶ ନେଇ ବିବାହ କରାଇ ଦେଇଛନ୍ତି । ପରେ ଯୁବତୀ ପରିବାର ଲୋକଙ୍କୁ ଫୋନ୍ ଯୋଗେ ସମସ୍ତ ଘଟଣା କହିବା ପରେ ପରିବାର ଲୋକେ ଏବେ ଥାନାର ଦ୍ୱାରସ୍ତ ହୋଇଛନ୍ତି । ଯୁବତୀଙ୍କୁ ଫେରାଇ ଆଣିବାକୁ ପୋଲିସର ଉଦ୍ୟମ ଚାଲିଛି ।