ଆନନ୍ଦପୁର ୧୫।୧୦: ନେତା ବାଛୁଛି କ୍ୟାମ୍ପସ୍ । ଛାତ୍ର ସଂସଦ ନିର୍ବାଚନ ପାଇଁ ଭୋଟିଂ ଚାଲିଛି । ସକାଳ ୮ଟାରୁ ବିଭିନ୍ନ ବିଶ୍ବବିଦ୍ୟାଳୟ, ମହାବିଦ୍ୟାଳୟରେ ମତଦାନ ଆରମ୍ଭ ହୋଇଛି । ଏହା ଦିନ ୨ଟା ଯାଏ ଜାରି ରହିବ । ଏହାରି ଭିତରେ ଅନେକ ସ୍ଥାନରେ ଶୃଙ୍ଖଳିତ ଭାବେ ଭୋଟିଂ ଚାଲିଥିବା ବେଳେ କିଛି କଲେଜରେ ଛାତ୍ର ଅଶାନ୍ତି ସହ ଉତ୍ତେଜନା ଖିବାକୁ ମିଳିଛି ।

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପତିତପାବନ ମହାବିଦ୍ଯାଳୟ ସାଇଁକୁଳ ଠାରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା ଦେଖାଯାଇଛି । କଲେଜ ୟୁନିଫର୍ମ ପିନ୍ଧି କିଛି ଅଣଛାତ୍ର କଲେଜ ଭିତରକୁ ପ୍ରବେଶ କରିଥିବା ଅଭିଯୋଗ ନେଇ ଉତ୍ତେଜନାମୂଳକ ପରିସ୍ଥିତି ଦେଖିବାକୁ ମିଳିଛି । ଗୋଟିଏ ଗୋଷ୍ଠୀର ପିଲା ପାଟିତୁଣ୍ଡ କରି କ୍ଯାମ୍ପସ୍‌କୁ ଧସେଇ ପଶିଥିବା ବେଳେ ପୋଲିସ ଘଉଡାଇଥିବା ନଜରକୁ ଆସିଛି ।

Also Read:- ନିର୍ବାଚନରେ ସବୁ ସମ୍ଭବ, ମହାପ୍ରସାଦ ଖାଅ, ଗୋଲାପ ନିଅ.. ଆମକୁ ଭୋଟ୍ ଦିଅ…

ଉଲ୍ଲେଖଯୋଗ୍ୟ ଯେ, ଛାତ୍ର ସଂସଦ ନିର୍ବାଚନ ପାଇଁ ଚାଲିଛି ଭୋଟିଂ । ୩ ଶହରୁ ଅଧିକ କଲେଜ ଓ ୧୩ ବିଶ୍ଵବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚ ଅନୁଷ୍ଠିତ ହେଉଛି । ବିଭିନ୍ନ ପଦପଦବୀ ପାଇଁ ମଇଦାନରେ ଅଛନ୍ତି ୬ ହଜାରରୁ ଅଧିକ ପ୍ରାର୍ଥୀ । ସକାଳ ୮ଟାରୁ ଆରମ୍ଭ ହୋଇଛି ମତଦାନ । ଏହା ଦିନ ୨ଟା ଯାଏ ଚାଲିବ । ଏହାପରେ ଗଣତି ହୋଇ ସନ୍ଧ୍ୟାରେ ପ୍ରକାଶ ପାଇବ ଫଳ । ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ପାଇଁ କ୍ୟାମ୍ପସରେ ରହିଛି ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା । ସନ୍ଧ୍ୟା ସୁଦ୍ଧା ଫଳାଫଳ ପରେ ଜଣାପଡିବ Zen Z କାହାକୁ ଭରସିଛନ୍ତି ?

Watch Video: