ସମ୍ବଲପୁର ୧୪।୭: ଗର୍ଭରୁ ଛିଟିକି ବାଲ୍ଟିରେ ପଡ଼ିଲା ନବଜାତକ । ଅନ୍ୟ ନବଜାତକର ଗର୍ଭରେ ମୃତ୍ୟୁ ଘଟିଥିବା ଅଭିଯୋଗ । ସମ୍ବଲପୁର ଜିଲ୍ଲା ବୁର୍ଲା ଭୀମସାରରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ ।

ସୂଚନା ଅନୁସାରେ, ଜଣେ ପ୍ରସୂତି ବୁର୍ଲା ଭୀମସାର ମେଡିକାଲରେ ଭର୍ତ୍ତି ହେବା ପରେ ଅସହ୍ୟ ଯନ୍ତ୍ରଣା ହୋଇଥିଲା । ଫଳରେ ଡାକ୍ତରଙ୍କୁ ଡାକିଥିଲେ ମଧ୍ୟ କେହି ଶୁଣିନଥିଲେ । ଉପଯୁକ୍ତ ଚିକିତ୍ସା ଅଭାବରୁ ତାଙ୍କ ଗର୍ଭରେ ଥିବା ଯମଜ ଶିଶୁଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିଲା । ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁଁ ଅନ୍ୟ ଶିଶୁଟି ମା’ ଗର୍ଭରୁ ବାହାରି ସିଧା ତଳେ ଥିବା ବାଲ୍ଟିରେ ଛିଟିକି ପଡ଼ିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା ।

Also Read:- ଏଣିକି ସବୁ ମେଡିସିନ ଷ୍ଟୋର ଆଗରେ ଲାଗିବ ରେଟ୍ ଚାର୍ଟ, ସାରା ରାଜ୍ୟ ପାଇଁ ଗୋଟିଏ ଦର

ତେବେ ନବଜାତକକୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଏହି ଘଟଣାକୁ ନେଇ ଡାକ୍ତରଖାନା ଅଧୀକ୍ଷକ ତଦନ୍ତ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ।