କଟକ ୩।୯: ଟ୍ରାଫିକ ମ୍ୟାନେଜମେଣ୍ଟ କମିଟି ଗଠନକୁ ନେଇ ପୂର୍ବ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କଲେନାହିଁ କଟକ ଜିଲ୍ଲାପାଳ । ଯାହା ଉପରେ ସଫେଇ ଦେବାଲାଗି ଗୁରୁବାର ଜିଲ୍ଲାପାଳଙ୍କୁ ବ୍ୟକ୍ତିଗତ ଭାବେ ହାଇକୋର୍ଟରେ ହାଜର ହେବାକୁ ପଡିଛି । ଜିଲ୍ଲାପାଳ ନିଜ ସ୍ପଷ୍ଟୀକରଣ ବାବଦୀୟ ସତ୍ୟପାଠ ଦାଖଲ କରିଛନ୍ତି । ଯାହା ଉପରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ ।

Also Read:- ଚୋରି ସୁନାରେ ଲକ୍‌ଜ୍ୟୁରୀ ଲାଇଫ୍ ଷ୍ଟାଇଲ୍ ; ୪ ମାସ ଧରି ଚକ୍‌ମା, ମର୍ଣ୍ଣିଂ ଓ୍ବାକର୍‌ଙ୍କୁ କରୁଥିଲେ ଟାର୍ଗେଟ୍

କଟକ ସହର ସମସ୍ୟା ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି କରି ତୁରନ୍ତ ଟ୍ରାଫିକ ମ୍ୟାନେଜମେଣ୍ଟ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । କମିଟିରେ ଏଡିଏମ ପାହ୍ୟାର ଜଣେ ଅଧିକାରୀଙ୍କୁ ମନୋନୀତ କରିବା ଲାଗି କଟକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ହୋଇଥିଲା । କିନ୍ତୁ ତାର ଉଲ୍ଲଂଘନ କରିବା ସହିତ କଟକ ସଦର ତହସିଲଦାରଙ୍କୁ କମିଟି ସଦସ୍ୟ ଭାବେ ମନୋନୀତ କରିଥିଲେ ଜିଲ୍ଲାପାଳ । ଯାହାକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିବା ସହିତ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଗତ ମାସ ୨୭ ତାରିଖ ଦିନ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।

Watch Video: