ଜଗତସିଂହପୁର ୮।୧୦: ପୂର୍ବ ଶତ୍ରୁତାରୁ ପରିବାରକୁ ବୋମାରେ ଉଡାଇଦେବା ପାଇଁ ଉଦ୍ୟମ । ପେଟ୍ରୋଲ ଢାଳି ଅଟୋକୁ ଜାଳିଦେଲେ ଦୁର୍ବୃତ୍ତ । ଚାରୋଟି ଅଫୁଟା ବୋମା ସହ ବିଭିନ୍ନ ଖାଦ୍ୟ ଦ୍ରବ୍ୟ ଜବତ । ଏଭଳି ଚାଞ୍ଚଲ୍ୟକର ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ପାଟକୁରା ଗାଁରେ ।

ସୂଚନାଯୋଗ୍ୟ ଯେ, ବୁଧବାର ବିଳମ୍ବିତ ରାତିରେ ତିର୍ତ୍ତୋଲ ଥାନ ପାଟକୁରା ଗ୍ରାମରେ ଦିଲ୍ଲୀପ କୁମାର ହୋତା ତାଙ୍କ ପରିବାର ସହ ଶୋଇଥିବା ବେଳେ ହଠାତ୍ ତାଙ୍କ ସ୍ତ୍ରୀଙ୍କ ନିଦ ଭାଙ୍ଗିଯାଇଥିଲା । ସେ ବାହାରକୁ ଆସି ଦେଖିଲା ବେଳକୁ ତାଙ୍କର ଅଟୋଟି ନିଆଁ ଲାଗି ଜଳୁଥିଲା । ଯାହାକୁ ଦେଖି ସେ ପାଟି କରିଥିଲେ । ପାଟି ଶୁଣି ପରିବାର ଲୋକ ଉଠି ନିଆଁକୁ ଲିଭାଇଥିଲେ । ଏହି ଘଟଣାକୁ ନେଇ ପରିବାର ପକ୍ଷରୁ ତିର୍ତ୍ତୋଲ ଥାନାକୁ ଜଣାଇ ଦିଆଯାଇଥିଲା । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Also Read:- ନୂଆପଡ଼ା ଏକଲବ୍ୟ ସ୍କୁଲରେ CBI ରେଡ୍, ୧୨ ହଜାର ଲାଞ୍ଚ ନେଇ ପ୍ରିନ୍ସିପାଲ ଗିରଫ

ନିଆଁ ଲାଗିଥିବା ଅଟୋ ଆଗରୁ ଚାରୋଟି ଅଫୁଟା ସୁତୁଲି ବୋମା ସହ ପେଟ୍ରୋଲ ବୋତଲ ଘଟଣାସ୍ଥଳରେ ପଡ଼ିଥିବା ଦେଖିବାକୁ ମିଳିଛି । କୌଣସି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇପାରିନାହିଁ ।

Watch Video: