ନୂଆଦିଲ୍ଲୀ, ୦୨/୧୦ :ଏକ ମାମଲାରେ ଆହ୍ଲାବାଦର ପୂର୍ବତନ ଜିଲ୍ଲା ଜଜଙ୍କ ତ୍ବରିତ ଶୁଣାଣି ଦାବିକୁ ସୁପ୍ରିମକୋର୍ଟ ଗୁରୁବାର ଖାରଜ କରିଛନ୍ତି। ପଦ ଆଧାରରେ କାହାରିକୁ ପ୍ରାଥମିକତା ମିଳିପାରିବନି। ସମ୍ବିଧାନ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସମାନ ଭାବେ ନ୍ୟାୟ ପର୍ଯ୍ୟନ୍ତ ପହଞ୍ଚିବା ଲାଗି ଅଧିକାର ଦେଇଥାଏ। ଅଦାଲତଙ୍କ ପାଇଁ ବସ୍ କଣ୍ଡକ୍ଟରଙ୍କଠାରୁ ଆରମ୍ଭ କରି ପ୍ରମୁଖ ସଚିବ ସଭିଏଁ ସମାନ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ପୂର୍ବତନ ଜଜ୍ ରାକେଶ କୁମାର ଜୈନ୍ ପିଟିସନ କରି ଆହ୍ଲାବାଦ ହାଇକୋର୍ଟରେ ବିଚାରାଧୀନ ଥିବା ରିଟ୍ ପିଟିସନ ଉପରେ ତ୍ବରିତ ଶୁଣାଣି କରାଯିବାକୁ ଦାବି କରିଥିଲେ । ତାଙ୍କୁ ଚାକିରିରୁ ବହିଷ୍କାର କରଯିବା ବିରୋଧରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟରେ ବହୁ ସଂଖ୍ୟାରେ ମାମଲା ପଡ଼ି ରହିଥିବାରୁ ତାଙ୍କ ମାମଲାର ଶୁଣାଣିରେ ବିଳମ୍ବ ହେଉଥୁବା ଜଜ୍ ରାକେଶ କୁମାର କହିଥିଲେ। ତେବେ ସୁପ୍ରିମକୋର୍ଟ ବିଚାରପତି ଜୟମାଲ୍ୟ ବାଗଚୀ ଏବଂ ଜଷ୍ଟିସ୍ ଭି. ମୋହନାଙ୍କ ଖଣ୍ଡପୀଠ କହିଥିଲେ,ଆବେଦନକାରୀଙ୍କ ଆବେଦନକୁ ପ୍ରାଥମିକତା ଭିଭିରେ ଶୁଣାଣି କରିବା ପାଇଁ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେବା ଉଚିତ ହେବ ନାହିଁ।

Also Read :- ଆସୁଛି ଅବପାତ ! ଆଣ୍ଡାମାନ ସାଗରରେ ବଢାଉଛି ଶକ୍ତି, ଦଶହରାରେ ଓଡିଶାକୁ ବିପଦ

ଏହାସହ କୋର୍ଟ କହିଥିଲେ ଯେ, ଏପରି କଲେ ନିଜ ମାମଲାର ବିଚାର ପାଇଁ ଅପେକ୍ଷାରତ ଥିବା ଅନ୍ୟ ଆବେଦନକାରୀଙ୍କ ପ୍ରତି ଏହା ଅନ୍ୟାୟ ହେବ ନାହିଁ କି?ସାମ୍ବିଧାନିକ ସମାନତାର ଏହି ପରିସର ମଧ୍ଯରେ ଆମେ କୌଣସି ହସ୍ତକ୍ଷେପ କରିବୁ ନାହିଁ ବୋଲି ସୁପ୍ରିମକୋର୍ଟ କହିଥିଲେ।