ତେହେରାନ, ୧୮ /୦୩:ଇରାନରେ ଭୟଙ୍କର ଆକ୍ରମଣ । ନିହତ ହେଲେ ଅଲୀ ଲାରିଜାନୀ । ଇରାନ ସରକାରର ପ୍ରମୁଖ ଚେହେରା ଥିଲେ ସେ । ତାଙ୍କୁ ମିସାଇଲ୍ ମାଡ କରି ହତ୍ୟା କରିଛି ଇସ୍ରାଏଲ । ଯାହାକୁ ନେଇ ତେହେରାନ ସ୍ତବ୍ଧ । ଏତେବଡ ବ୍ୟକ୍ତିଙ୍କୁ ହତ୍ୟା କରିବା ସହଜ ନୁହେଁ । ଆୟତୁଲ୍ଲାହ ଖାମେନିଙ୍କ ପରେ ତାଙ୍କ ନିୟନ୍ତ୍ରଣରେ ସାମରିକ ବିଭାଗ ଥିଲା । ଅତି ସୁରକ୍ଷିତ ସ୍ଥାନରେ ସେ ରହୁଥିଲେ । ତଥାପି ଇସ୍ରାଏଲ ତାଙ୍କୁ ଟାର୍ଗେଟ୍ କରିବାରେ ସଫଳ ହୋଇଛି ।

ପୁଅ ସହ ଥିଲେ ଲାରିଜାନୀ

ରିପୋର୍ଟ ଅନୁସାରେ, ଇସ୍ରାଏଲର ଟାର୍ଗେଟରେ ଅଲୀଙ୍କ ସମେତ ତାଙ୍କର ଅନେକ ଅଙ୍ଗ ରକ୍ଷକ ପ୍ରାଣ ହରାଇଛନ୍ତି । ଏପରିକି ପୁଅ ମୋର୍ତାଜା ଲାରିଜାନୀ, ସହାୟକ ଅଲୀରେଜା ବାୟାତ ନିହତ ହୋଇଛନ୍ତି । ଅଲୀ ନିଜ ପୁଅଙ୍କ ସହ ଥିବା ବେଲେ ଇସ୍ରାଏଲ ଆକ୍ରମଣ କରିଥିଲା ।

ଏହି ଅପରେସନକୁ ଇସ୍ରାଏଲ ସଫଳ କରି ଇରାନର ସବୁଠୁ ସୁରକ୍ଷିତ ଅଞ୍ଚଳ ଉପରେ ମିସାଇଲ ମାଡ଼ କରିଥିଲା । ଲାରିଜାନୀ ନିଜ ଝିଅଙ୍କ ଘରେ ପରିବାରର ଅନ୍ୟ ସଦସ୍ୟଙ୍କ ସହ ଥିଲେ । କିନ୍ତୁ ସେମାନେ ଇସ୍ରାଏଲ ମିସାଇଲରୁ ବର୍ତ୍ତି ପାରିନଥିଲେ । ତେବେ ଲାରିଜାନୀଙ୍କ ମୃତ୍ୟୁ ଇରାନର ଗୁଇନ୍ଦା ଏବଂ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଲାରିଜାନୀଙ୍କୁ ସହିଦ ଘୋଷଣା

ସିକ୍ୟୋରିଟି କାଉନସିଲ୍ ଏକ ବୟାନ ଜାରି କରି କହିଛି ଯେ, ଲାରିଜାନୀ ଇସଲାମିକ ଗଣରାଜ୍ୟ ଇରାନର ଆଜୀବନ ସେବକ । ସକାଳେ ସେ ନିଜ ପୁଅ ଏବଂ ଅନେକ ସୁରକ୍ଷାକର୍ମୀଙ୍କ ସହ ସହିଦ ହୋଇଛନ୍ତି । ଏହି ମାମଲାରେ ତାଙ୍କ ଝିଅଙ୍କ ଘରକୁ ଟାର୍ଗେଟ୍ କରାଯାଇଥିଲା ।

Also Read...#Iran-War : ଟ୍ରମ୍ପଙ୍କୁ ଶକ୍ତ ଝଟକା...ଆମେରିକାକୁ ସହଯୋଗ କରିବନି ୟୁରୋପୀୟ ୟୁନିଅନ୍

ଇସ୍ରାଏଲ ଦେଇଥିଲା ଧମକ

ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ କାର୍ଟଜ୍ କହିଥିଲେ ଯେ, ଲାରିଜାନୀଙ୍କୁ ଇସ୍ରାଏଲ ଛାଡିବ ନାହିଁ । ଏହାପରେ ତାଙ୍କୁ ହତ୍ୟା କରାୟାଇଥିବା କାର୍ଟଜ୍ ଦାବି କରିଥିଲେ । କାମେନିଙ୍କ ସହ ସମସ୍ତ ଦୁଷ୍ଟତତ୍ତ୍ୱ କୁ ବିନାଶ କରାଯିବ ବୋଲି ସେ ପ୍ରକାଶ କରିଥିଲେ ।