ନ୍ୟୁୟର୍କ,୨୩ /୦୩: ଟ୍ରକକୁ ଧକ୍କା ଦେଲା ପ୍ଲେନ୍ । ରନ୍ ଓ୍ୱେରେ ଭୟଙ୍କର ଦୁର୍ଘଟଣା । ଏପରି ଅଘଟଣ ସାମ୍ନାକୁ ଆସିଛି ନ୍ୟୁୟର୍କର ଲାଗାର୍ଡିଆ ବିମାନ ବନ୍ଦରରେ । ଯେଉଁଥିରେ କାନାଡର ମଣ୍ଟରିଅଲରୁ ଆସିଥିବା ବିମାନର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ଯେଉଁଥିରେ ଏକାଧିକ ଆହତ ହୋଇଛନ୍ତି ।

ରିପୋର୍ଟ ଅନୁସାରେ, ରବିବାର ରାତିରେ କାନାଡରୁ ଏୟାର କାନାଡା ଏକ୍ସପ୍ରେସର ଏକ ବିମାନ ନ୍ୟୁୟର୍କରେ ପହଁଚିଥିଲା । ତେବେ ରନ୍ ଓ୍ୱେରେ ଅବତରଣ ବେଳେ ଏହାର ଇଞ୍ଜିନ୍ ଏବଂ ସମ୍ମୁଖ ଭାଗ ଏକ ଟ୍ରକରେ ଧକ୍କା ହୋଇଥିଲା । ଏଥିରେ ଜଣ ଦମକଳ ବାହିନୀର କର୍ମୀ ଆହତ ହୋଇଛନ୍ତି । ଏହିଦମକଳ ବାହିନୀର କର୍ମୀମାନେ ପୋର୍ଟ୍ ଅଥରିଟି ପୋଲିସ ଡିପାର୍ଟମେଣ୍ଟର ବୋଲି ଜଣା ପଡିଛି ।

ରନ୍ ଓ୍ୱେରେ ଥିବା ଟ୍ରକ୍ ଟି ସ୍ଥାନୀୟ ପୋର୍ଟ୍ ଅଥରିଟି ପୋଲିସର ଥିଲା । ଏହାଦ୍ୱାରା ୪ ନମ୍ବର ରନ୍ ଓ୍ୱେକୁ ପରିଷ୍କାର କରାଯାଉଥିଲା । କିନ୍ତୁ ଏତିକି ବେଳେ ଏୟାର କାନାଡା ଏକ୍ସପ୍ରେସର ବିମାନ ଜରୁରୀକାଳୀନ ଅବତରଣ କରିଥିଲା । କାରଣ ବିମାନରେ କୌଣସି ଏକ କେମିକାଲ ରିଆକ୍ସନ କରିଥିଲା । ଯାହା ଫଳରେ ବିମାନର କିଛି କ୍ରୁ ମେମ୍ବର ଅସୁସ୍ଥ ହୋଇ ପଡିଥିଲେ ।

Also Read :- ସମୁଦ୍ର ତଳେ ବିପଦ...ଷ୍ଟ୍ରେଟ୍ ଅଫ୍ ହର୍ମୋଜରେ ଇରାନ ବିଛାଇଚି ମୃତ୍ୟୁର ଜାଲ, ଆମେରିକା ବି ମାନିଲାଣି ହାର୍

ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁସାରେ, କାନାଡରୁ ଆସିଥିବା ବିମାନରେ ୧୦୦ରୁ ଅଧିକ ଯାତ୍ରୀ ରହିଥିଲେ । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାର ଯାଞ୍ଚ ଚାଲିଛି । ୟୁଏସ୍ ଫେଡେରାଲ ଆଭିଏସନ ଆଡମିନିଷ୍ଟ୍ରେସନ୍ ପକ୍ଷରୁ ବିଭିନ୍ନବିମାନବନ୍ଦରରେ ସମସ୍ତ ବିମାନକୁ ଅଟକିବାକୁ କୁହାଯାଇଛି । ନୋଟିସରେ କେବଳ ଜରୁରୀକାଳିନ ସମସ୍ୟା ଉଲ୍ଲେଖ ହୋଇଛି । ଆଉ କିଛି ଏଥିରେ ଉଲ୍ଲେଖ ନାହିଁ ।

ଲା'ଗାର୍ଡିଆ ବିମାନବନ୍ଦରର ଓ୍ୱେବସାଇଟ୍ ଅନୁସାରେ, ଯେଉଁ ବିମାନ ଏଠାକୁ ଆସୁଛି ସେମାନଙ୍କୁ ଡାଇଭର୍ଟ୍ କରାଯାଇଛି । ଅର୍ଥାତ ଅନ୍ୟ ବିମାନବନ୍ଦରରେ ଜରୁରୀକାଳିନ ଅବତରଣ ପାଇଁ କୁହାଯାଇଛି । ଏପରିକି କିଛି ବିମାନକୁ ଫେରିଯିବାକୁ କୁହାଯାଇଛି । ଆଉ ଏକ ଓ୍ୱେବସାଇଟରେ ବିମାନବନ୍ଦରକୁ କିଛି ସମୟ ପାଇଁ ବନ୍ଦ କରିଦିଆଯାଇଥିବା ବାବଦରେ ଉଲ୍ଲେଖ ରହିଛି ।