ନୂଆଦିଲ୍ଲୀ: ଦିଲ୍ଲୀରେ ଜଣେ ଆଇଆରଏସ (IRS) ଅଧିକାରୀଙ୍କ ୨୨ ବର୍ଷୀୟ ଝିଅକୁ ବଳାତ୍କାର ଏବଂ ନୃଶଂସତାର ସହ ହତ୍ୟା ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି । ଲୁଟ ଓ ପ୍ରତିଶୋଧ ନେବାକୁ ଜଣେ ୧୯ ବର୍ଷର ଯୁବକ ଘଟାଇଥିବା ଏହି ନାରକୀୟ କାଣ୍ଡ କେବଳ ପୋଲିସକୁ ଚକିତ କରିନାହିଁ, ଏହା ମାନବିକତା ପାଇଁ ଏକ ଶକ୍ତ ଧକ୍ମା। ଏହି ଘଟଣାରେ ପୋଲିସର ତଦନ୍ତରୁ ଗୋଟିଏ ଗୋଟିଏ ପରେ ଆସୁଥିବା ତଥ୍ୟ ଅଭିଯୁକ୍ତର କ୍ରୁର ମାନସିକତାକୁ ମୁଖା ଖୋଲିଛି।

ତଦନ୍ତରୁ ମିଳିଥିବା ସଦ୍ୟ ତଥ୍ୟ ଅନୁସାରେ, ଅଭିଯୁକ୍ତ ହତ୍ୟା କରିବା ପରେ ଯୁବତୀଙ୍କ ମୃତଦେହକୁ ଛାତ ଉପରୁ ତଳକୁ ଘୋଷାରି ଘୋଷାରି ଆଣିଥିଲା। କାରଣ ଅଭିଯୁକ୍ତ ଘରେ ଥିବା ଡିଜିଟାଲ ଲକରକୁ ଯୁବତୀଙ୍କ ଫିଙ୍ଗରପ୍ରିଣ୍ଟ ଦ୍ବାରା ଖୋଲିବାକୁ ଚାହୁଥିଲା। ହେଲେ ଯୁବତୀଙ୍କ ମୃତ୍ୟୁ ହୋଇଯାଇଥିବାରୁ ଫିଙ୍ଗରପ୍ରିଣ୍ଟ କାମ କରିନଥିଲା। ଏମିତିରେ ଅଭିଯୁକ୍ତ ରାହୁଲ ମୀନା ଲକର ଭାଙ୍ଗି ଟଙ୍କା ଓ ସୁନା ଗହଣା ଲୁଟ କରିଥିଲା। ଆଉ ସୋସାଇଟିରେ ଯେପରି କାହାକୁ ସନ୍ଦେହ ନହେବ ସେଥିପାଇଁ ସେ, ମୃତକଙ୍କ ଭାଇର କପଡ଼ା ଓ ଜୋତା ପିନ୍ଧି ବାହାରକୁ ବାହାରିଥିଲା।

Also Read: ଉଲଗ୍ନ କଲା, ହାତଗୋଡ଼ ବାନ୍ଧିଦେଲା... Western Styleରେ ପ୍ରପୋଜ୍ କରିବାକୁ କହି ଜୀବନ ନେଇଗଲା ପ୍ରେମିକା

କ’ଣ ଥିଲା ଘଟଣା ?

ସୂଚନାଥାଉକି, ଏପ୍ରିଲ ୨୨ ତାରିଖ ଅର୍ଥାତ ବୁଧବାର ଦିଲ୍ଲୀର ଅମର କଲୋନୀ ଅଞ୍ଚଳର ଜଣେ ଆଇଆରଏସଙ୍କ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ପୋଲିସ ଏହି ମାମଲାରେ ତଦନ୍ତକ୍ରମେ ଅଭିଯୁକ୍ତକୁ ଗିରଫ କରିଛି। ଜଏଣ୍ଟ କମିଶନର ବିଜୟ କୁମାର କହିଛନ୍ତି, ଅଭିଯୁକ୍ତ ୧୯ ବର୍ଷୀୟ ରାହୁଲ ମୀନା ପୂର୍ବରୁ ଆଇଆରଏସଙ୍କ ଘରେ କାମ କରୁଥିଲା। ମାତ୍ର ଟଙ୍କା ହେରଫେର ଏବଂ ମୋବାଇଲରେ ଗେମ୍ ଖେଳୁଥିବାରୁ ପ୍ରାୟ ୧ ମାସ ତଳେ ତାକୁ ଚାକିରିରୁ ବାହାର କରିଦିଆଯାଇଥିଲା।

ଜଏଣ୍ଟ କମିଶନର ଆହୁରି କହିଛନ୍ତି, ରାହୁଲ ଅନଲାଇନ ଜୁଆ ଏବଂ ବେଟିଂରେ ଏଭଳି ଅଭ୍ୟସ୍ତ ଥିଲା ଯେ, ସେ ଲକ୍ଷାଧିକ ଟଙ୍କା ଋଣ ନେଇଥିଲା। ଏମିତିରେ ଋଣ ଏବଂ ଚାକିରିରୁ ବାହାର କରିଦିଆଯିବା ଘଟଣାରେ ପ୍ରତିଶୋଧ ପରାୟଣ ହୋଇ ସେ ହତ୍ୟା କରିଥିଲା। ଦିଲ୍ଲୀର ଏହି ଘଟଣାର ଠିକ୍ ଗୋଟିଏ ଦିନ ପୂର୍ବର ଅର୍ଥାତ ଏପ୍ରିଲ ୨୧ରେ ସେ ଅଲବରରେ ନିଜ ବନ୍ଧୁଙ୍କ ପତ୍ନୀଙ୍କ ସହ ମଧ୍ୟ ବଳାତ୍କାର କରିଥିଲା।

୪୧ ମିନିଟରେ ରଚିଥିଲା ଜଘନ୍ୟ କାଣ୍ଡ

ପଚରାଉଚରାରେ ଅଭିଯୁକ୍ତ ରାହୁଲ ମୀନା ଯେଉଁ ବୟାନ ଦେଇଛି, ତାହା ଅନୁସାରେ ମାତ୍ର ୪୧ ମିନିଟରେ ଅଭିଯୁକ୍ତ ଘଟାଇଥିଲା ଏହି ନାରକୀୟ କାଣ୍ଡ। ପୋଲିସ କହିଛି, ଅଭିଯୁକ୍ତ ରାହୁଲ ମୀନାକୁ ଘରର କୋଣ ଅନୁକୋଣ ବିଷୟରେ ଜଣାଥିଲା। ସେ ଜାଣିଥିଲା ଯୁବତୀଙ୍କ ମାତା- ପିତା ପ୍ରତିଦିନ ସକାଳେ ଜିମ୍ ଯାଆନ୍ତି। ତେଣୁ ବୁଧବାର ସକାଳ ସାଢ଼େ ୬ଟାରେ ଆଇଆରଏସ ଏବଂ ତାଙ୍କ ପତ୍ନୀ ମର୍ଣ୍ଣିଂ ଓ୍ବାକକୁ ଯିବା ପରେ ସେ ସୋସାଇଟିକୁ ଆସିଥିଲା। ଏହି ସମୟରେ ସୋସାଇଟିର ଜଣେ ଡ୍ରାଇଭର ଓ ଜଣେ ଦୋକାନୀ ତାଙ୍କୁ ଅଟକାଇଥିଲେ ଏବଂ ସେମାନେ ତାକୁ ପଚାରିଥିଲେ କାମ ବାହାର କରାଯିବା ପରେ ଏଠାରେ କ’ଣ କରୁଛୁ ? ହେଲେ ରାହୁଲ କାମ ଖୋଜିବା ବାହାନା କରି ସେମାନଙ୍କୁ ଭ୍ରମିତ କରିଥିଲା। ଆଉ ସକାଳ ୬ଟା ୩୯ ମିନିଟରେ ନକଲି ଚାବିରେ ଘର ଖୋଲି ପଶିଥିଲା।

Also Read: ବାର ଡ୍ୟାନ୍ସର ଭାବେ କାମ ଆରମ୍ଭ, ପୁଣି... ଘରେ ଲୁଚାଇ ରଖିଥିଲେ ୬ କୋଟିର ଡ୍ରଗ୍ସ; ତଦନ୍ତରୁ ଚାଞ୍ଚଲ୍ୟକର ଖୁଲାସା

ଯୁବତୀକୁ ଆକ୍ରମଣ ପରେ କରିଥିଲା ଦୁଷ୍କର୍ମ

ଏହି ସମୟରେ ଘରର ଛାତ ଉପରେ ଥିବା ଷ୍ଟଡି ରୁମ୍‌ରେ ପଢ଼ୁଥିଲେ ଯୁବତୀ ଜଣକ। ଏମିତିରେ ଯୁବତୀ ଜଣକ ଏକଥା ଜାଣିବା ପରେ ତାଙ୍କୁ ବିରୋଧ କରିଥିଲେ। ହେଲେ ରାହୁଲ ତାଙ୍କୁ ଏକ ଲ୍ୟାମ୍ପରେ ଆକ୍ରମଣ କରିଥିଲା। ତଳେ ପଡ଼ିଯିବା ପରେ ଯୁବତୀଙ୍କ ତଣ୍ଟି ଚିପି ଲହୁଲୁହାଣ କରିଥିଲା ଅଭିଯୁକ୍ତ। ଏମିତିକି ବେହୋସ ଅବସ୍ଥାରେ ଅଭିଯୁକ୍ତ ତାଙ୍କ ସହ ବଳାତ୍କାର ମଧ୍ୟ କରିଥିଲା। ଆଉ ଯୁବତୀଙ୍କୁ ଛାତ ଉପରୁ ତଳକୁ ଘୋଷାରି ଘୋଷାରି ଆଣି ଲକର ଖୋଲିବାକୁ ଚେଷ୍ଟା କରିଥିଲା। କିନ୍ତୁ ଏଥିରେ ସେ ସଫଳ ହୋଇନଥିଲା। ଶେଷରେ ଲକର ଭାଙ୍ଗି ୨.୫ ଲକ୍ଷ ଟଙ୍କା ଓ ସୁନାଗହଣା ଲୁଟ କରି ଫେରାର ମାରିଥିଲା। ଆଉ ସନ୍ଦେହ ନହେବା ପାଇଁ ମୃତକଙ୍କ ଭାଇଙ୍କ କପଡ଼ା ଏବଂ ଜୋତା ପିନ୍ଧି ସେଠାରୁ ଫେରାର ମାରିଥିଲା।

ତେବେ ମାମଲାର ତଦନ୍ତ କରୁଥିବା ୧୫ ଜଣିଆ ପୋଲିସ ପ୍ରଥମେ ସେହି ଅଟୋ ଚାଳକଙ୍କ ଖୋଜିଥିଲା ଯିଏ ରାହୁଲକୁ ଛାଡ଼ିଥିଲା। ଅଟୋ ଚାଳକଙ୍କ ସାହାଯ୍ୟରେ ପୋଲିସ ଦ୍ବାରକାରୁ ସେହି ଓୟୋ ହୋଟେଲ ପର୍ଯ୍ୟନ୍ତ ପହଞ୍ଚିଥିଲା ଯେଉଁଠାରେ ଲୁଚିଥିଲା ଅଭିଯୁକ୍ତ। ପୋଲିସ କହିଛି ରାହୁଲ କେବଳ ଲୁଟ ନୁହେଁ ବରଂ ପ୍ରତିଶୋଧ ପାଇଁ ଯୁବତୀଙ୍କୁ ଟାର୍ଗେଟ କରିଥିଲା।