ଭୁବନେଶ୍ୱର ୨୭।୦୮ : ରାଜଧାନୀରେ ଭୟଙ୍କର ଦୁର୍ଘଟଣା । ପାତ୍ରପଡ଼ା ବ୍ରିଜ୍‌ ଉପରେ ଘଟିଛି ଦୁର୍ଘଟଣା। କାରକୁ ପଛପଟୁ ଧକ୍କା ଦେଲା ଆଉ ଏକ କାର୍। ଯେଉଁଥିରେ ଦୁଇଟି କାର୍‌ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି ।

ଖବର ଅନୁଯାୟୀ, ଗୁରୁବାର ମଧ୍ୟାହ୍ନରେ ପାତ୍ରପଡ଼ା ବ୍ରିଜ ଉପରେ ଘଟିଛି ଦୁର୍ଘଟଣା । ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଘଟିଛି ଦୁର୍ଘଟଣା । ଏହି ଦୁର୍ଘଟଣାରେ ଦୁଇଟି କାର୍‌ ଭାଙ୍ଗି ରୁଜି ଯାଇଥିବା ବେଳେ ଜଣେ ଡ୍ରାଇଭର ଆହତ ହୋଇଛନ୍ତି। ଗୋଟିଏ କାର୍‌ ଏତେ ଜୋରରେ କ୍ଷତିଗ୍ରସ୍ତ ହୋଇଛି ଯେ, ଏହାର ସାମ୍ନା ଭାଗ ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇଯାଇଛି। ଆହତ ଡ୍ରାଇଭରଙ୍କୁ ଗାଡ଼ି ଭିତରୁ ଉଦ୍ଧାର କରିବା ପାଇଁ ସ୍ଥାନୀୟ ଲୋକେ ସହାୟତା କରିଥିଲେ।

Also Read:-Rayagada raid: ଚୋରି ମାମଲାରେ ରାୟଗଡ଼ାରେ ବଲାଙ୍ଗିର ପୋଲିସର ବଡ଼ ଚଢ଼ାଉ, ୫ କିଲୋରୁ ଅଧିକ ସୁନା-ରୁପା ଜବତ

ସେପଟେ ଦୁର୍ଘଟଣା ପରେ ବ୍ରିଜ୍‌ ଉପରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଏମିତିକି ଓଭରବ୍ରିଜ୍‌ ଉପରେ ଅନେକ ଗାଡ଼ି ଫସିରହିଛି । ଖବର ପାଇ ଖଣ୍ଡଗିରି ଥାନା ପୋଲିସ ଓ ପିସିଆର୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଟ୍ରାଫିକ୍‌ ନିୟନ୍ତ୍ରଣ ସହ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ହଟାଇବା ପାଇଁ ପଦକ୍ଷେପ ନେଉଛନ୍ତି।