ପାରାଦୀପ ୦୨।୦୯ : ଜଗତସିଂହପୁର ଜିଲ୍ଲା ପାରାଦୀପ ଗଡ଼ ବଜାରରେ ଦୁର୍ଘଟଣା । ଡିଭାଇଡରରେ ପିଟି ହୋଇ ପାଣିଖାଲକୁ ଖସିଲା କାର୍। ଏହି କାରରେ ଥିବା ଦମ୍ପତି ମୃତ୍ୟୁ ହୋଇଯାଇଛି । ମୃତକ ହେଲେ ବିଭୂତି ଭୂଷଣ ଦାସ ଓ ପତ୍ନୀ ପ୍ରତିମା ଦାସ।

ଖବର ଅନୁଯାୟୀ, ପାରାଦୀପ ବନ୍ଦର ମେରାଇନ ବିଭାଗରେ ଚାକିରି କରିଥିଲେ ବିଭୂତି। ମଙ୍ଗଳବାର ସେ ଚାକିରିରୁ ଅବସର ନେଇଥିବା ବେଳେ ରାତିରେ ପାରାଦୀପ ଗଡ଼ରେ ଥିବା ନିଜ ଭଉଣୀ ଘରକୁ ଯାଇଥିଲେ। ବିଳମ୍ବିତ ରାତିରେ ବିଭୂତି ଓ ତାଙ୍କ ପତ୍ନୀ ନିଜ କାରରେ ପାରାଦୀପ ଫେରୁଥିବା ବେଳେ ଘଟିଛି ଦୁର୍ଘଟଣା। ଗଡ଼ ମାର୍କେଟ କମ୍ପ୍ଲେକ୍ସ ରାସ୍ତା ଦେଇ ରାଜପଥକୁ ଉଠିବା ବେଳେ ଡିଭାଇଡରରେ ପିଟି ହୋଇ କାରଟି ରାସ୍ତା କଡ଼ରେ ଥିବା ଖାଲରେ ପଶିଯାଇଥିଲା। ସ୍ଥାନୀୟ ଲୋକେ ପୋଲିସ ସହାୟତାରେ ଉଭୟଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଅଠରବାଙ୍କି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପଠାଇଥିଲେ । ହେଲେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ମୃତଦେହ ଜବତ କରି ଲକ୍ ଥାନା ପୋଲିସ ଘଟଣାର ତଦନ୍ତ କରୁଛି।

Also Read:-ତିନି ଦେଶ ଉପରେ ଇରାନର ଭୟଙ୍କର ଆଟାକ୍ : ଛାନିଆ ହୋଇଗଲା ଆମେରିକା !