ଜଳେଶ୍ୱର,|୦୭: ପୁରୀରୁ ଶ୍ରୀମନ୍ଦିରରେ ଦର୍ଶନ ସାରି ଘରକୁ ଫେରୁଥିଲେ । ହେଲେ ବାଟରେ ଅଘଟଣ । ଘଟିଲା ମର୍ମନ୍ତୁଦ ଦୁର୍ଘଟଣା । ଏପରି ଅଭାବନୀୟ ଘଟଣା ଘଟିଛି ୧୬ ନମ୍ବର ଜାତୀୟ ରାଜପଥରେ ।

ରିପୋର୍ଚ ଅନୁସାରେ, ଏକ ଟାଟା ଓ୍ୱିଙ୍ଗରରେ କିଛି ତୀର୍ଥ ଯାତ୍ରୀ ପୁରୀ ବୁଲି ଫେରୁଥିଲେ । ମଙ୍ଗଳବାର ବିଳମ୍ବିତ ରାତିରେ ରାସ୍ତା କଡରେ ଛିଡା ହୋଇଥିବା ଏକ ଟ୍ରକକୁ ସେମାନଙ୍କ ଗାଡ଼ିଟି ପଛ ପଟୁ ଧକ୍କା ଦେଇଥିଲା । ଫଳରେ ୧୬ ଜଣ ତୀର୍ଥଯାତ୍ରୀ ଗୁରୁତର ହୋଇଛନ୍ତି । ବସ୍ତା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର କୁନ୍ତପୁର ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । 

Also Read :- ୨ ଲକ୍ଷ ଟଙ୍କା ଲା଼ଞ୍ଚ ନେଉଥିଲେ ଖଣି ଉପ ନିର୍ଦ୍ଦେଶକ : ମାଡ଼ି ବସିଲା ଭିଜିଲାନ୍ସ

ଘଟଣା ସ୍ଥଳରେ ଜାତୀୟ ରାଜପଥ ପାଟ୍ରୋଲିଂ ପୋଲିସ, ଅଗ୍ନିଶମ ବାହିନୀ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରିଛନ୍ତି । ସମସ୍ତଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ବସ୍ତା ପୋଲିସ ତଦନ୍ତ ଜାରି ରଖିଛି । ତେବେ ଆହତ ମାନେ ପଶ୍ଚିମବଙ୍ଗ ଅଞ୍ଚଳର ବୋଲି ସୂଚନା ମିଳିଛି ।