ନୀଳଗିରି: ଟ୍ରାକ୍ଟରରେ ଲାଗିଥିବା ରୁଟର ମେସିନ ମରାମତି କରୁଥିବା ବେଳେ ଘଟିଲା ଅଘଟଣ। ବଡ଼ଭାଇ ଆଗରେ ଚାଲିଗଲା ସାନଭାଇର ଜୀବନ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଦକ୍ଷିଣ ନରସିଂହପୁର ଗ୍ରାମରେ । ମୃତକ ହେଲେ ରାଜେନ୍ଦ୍ର ସଲଙ୍କ ସାନପୁଅ ପ୍ରଶାନ୍ତ ସଲ ଓରଫ ପିଣ୍ଟୁ।

ସୂଚନା ଅନୁସାରେ, ବଡ଼ ଭାଇ ସାଙ୍ଗରେ ଟ୍ରାକ୍ଟର ରୁଟର କାମ କରୁଥିବା ବେଳେ ହଠାତ ମେସିନରେ ଫସି ଫସିଯାଇଥିଲେ ପିଣ୍ଟୁ। ଏହା ଦେଖି ବଡ଼ ଭାଇ ସଙ୍ଗେ ସଙ୍ଗେ ଗାଡ଼ି ଷ୍ଟାର୍ଟ ବନ୍ଦ କରିଥିଲେ। ମାତ୍ର ସେତେବେଳକୁ ବେଳକୁ ରୁଟର ମେସିନରେ ଗୁଡ଼ାଇ ହୋଇଯାଇଥିଲେ ପିଣ୍ଟୁ । ହେଲେ ବଡ଼ ଭାଇ ବାହାର କରିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ। ନୀଳଗିରି ଦମକଳ ବାହିନୀ ପହଞ୍ଚିବା ବେଳକୁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ତେବେ ନୀଳଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଶବ ଜବତ କରି ପୋଷ୍ଟମୋର୍ଟମ ପାଇଁ ପଠାଇଛି।