ନୟାଗଡ଼: ନିର୍ମାଣାଧୀନ ଇଥାନଲ୍ ପ୍ଲାଣ୍ଟରେ ଅଘଟଣ । ବଏଲର୍ ନିଆଁରେ ପୋଡ଼ି ହୋଇ ୪ ଶ୍ରମିକ ଗୁରୁତର। ସମସ୍ତ ଗୁରୁତରଙ୍କୁ ଭୁବନେଶ୍ବର ସ୍ଥାନାନ୍ତର । ଏଭଳି ଏକ ଭୟଙ୍କର ଦୁର୍ଘଟଣା ଘଟିଛି ନୟାଗଡ଼ ଗାତେରୀ ଠାରେ।

ସୂଚନା ଅନୁସାରେ, ନିର୍ମାଣାଧୀନ ଇଥାନଲ ପ୍ଲାଣ୍ଟରେ କାମ କରୁଥିଲେ ନୟାଗଡ଼ ଘଡ଼େଇବନ୍ଧର ଦିଲ୍ଲୀପ ନାୟକ, ମହିପୁରର ଶରତ ସାହୁ, କାଣିଗିରିର ବିଭୂତି ପ୍ରଧାନ ଏବଂ ବ୍ରଜକିଶୋର ପ୍ରଧାନ । ହେଲେ ବଏଲରରେ ଟେଷ୍ଟିଂ କରୁଥିବାବେଳେ ଅସାବଧାନତା କାରଣରୁ ନିଆଁ ଲାଗିଯାଇଥିଲା। ଫଳରେ ନିଆଁର ଧାସ ୪ ଜଣଙ୍କ ଦେହରେ ବାଜିଥିଲା । ଏଥିରେ ସେମାନେ ଗୁରୁତର ହୋଇପଡ଼ିଥିଲେ। ୪ ଜଣକ ହାତ ଗୋଡ଼ ଜଳିଥିବାବେଳେ ଦେହର ପ୍ରା ୪୦ ପ୍ରତିଶତରୁ ଅଧିକ ଜଳିଥିବା ଡାକ୍ତର କହିଛନ୍ତି ।ତେବେ ଘଟଣା ସଂପର୍କରେ ସୂଚନା ପାଇ ପୋଲିସ ତଦନ୍ତ ଆରମ୍ଭ କରିଛି।

Also Read: ପାଣିଖାଲକୁ ଖସିଗଲା କାର୍, ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ