ନୂଆଦିଲ୍ଲୀ: ଏୟାର କଣ୍ଡିସନର ବିସ୍ଫୋରଣ ଏବଂ ସର୍ଟ ସର୍କିଟ୍ ଜନିତ ଅଗ୍ନିକାଣ୍ଡର ଅନେକ ଘଟଣା ସାମନାକୁ ଆସିଛି । ନୋଏଡାର ସେକ୍ଟର-୧୧୯ରେ ଥିବା 'ଦ ଆରଣ୍ୟ' ସୋସାଇଟିର ୨୧ତମ ମହଲାରେ ଥିବା ଏକ ଫ୍ଲାଟରେ ଏସି ବିସ୍ଫୋରଣ ଯୋଗୁଁ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଦିଲ୍ଲୀର ବିବେକ ବିହାର ଅଞ୍ଚଳରେ ଗୋଟିଏ ଘରେ ଏସି ୟୁନିଟ୍ ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ଗୋଟିଏ ପରିବାରର ନଅ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା । ଏହା ବ୍ୟତୀତ, ଦକ୍ଷିଣ ଦିଲ୍ଲୀର ହୌଜ ଖାସ୍ ଅଞ୍ଚଳରେ ଏସି ୟୁନିଟରେ ସର୍ଟ ସର୍କିଟ୍ ପରେ ଅଗ୍ନିକାଣ୍ଡ ଯୋଗୁଁ ପୂର୍ବତନ ଆଇଏଏସ ଅଧିକାରୀଙ୍କ ମୃତ୍ୟୁ ହୋଇଥିଲା ।

କାହିଁକି ଏସିଗୁଡ଼ିକ ବୋମା ପରି ଫୁଟିଛି ?

ଦେଶର ଅନେକ ରାଜ୍ୟର ମୌସୁମୀର ଲୁଚକାଳି ଏବଂ ବିଦାୟୀ ଗ୍ରୀଷ୍ମ ଯୋଗୁ ହାହାକର ସ୍ଥିତି ରହିଛି । ଦିଲ୍ଲୀ ସମେତ ଉତ୍ତର ଭାରତର ଅନେକ ସ୍ଥାନରେ ତାପାମାତ୍ରା ଉପରେ ରହିଛି । ଲୋକମାନେ ଦିନରାତି ଏସ ଲଗାଇ ରହୁଛନ୍ତି । ଲଗତାର ବ୍ୟବହାର ଏବଂ ଠିକ୍ ସମୟରେ ସର୍ଭିସ୍ ନକରାଇବା କାରଣରୁ ଏସିରେ ନିଆଁ ଲାଗିବା ଏବଂ ବିସ୍ଫୋରଣ ଘଟଣା ବୃଦ୍ଧି ପାଇଛି ।

କମ୍ପ୍ରେସର ହେଉଛି ଏସିର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ । ବାହାରର ଉଚ୍ଚ ତାପମାତ୍ରା ଯୋଗୁଁ କମ୍ପ୍ରେସର ଅଧିକ କାମ କରିବାକୁ ବାଧ୍ୟ ହୁଏ । ଫଳରେ ମେସିନ୍ ଅଧିକ ଗରମ ହୋଇଯାଏ ଏବଂ ଆଭ୍ୟନ୍ତରୀଣ ଚାପ ବୃଦ୍ଧି ପାଏ । ଯେଉଁଥି ପାଇଁ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣ ହେବାର ସମ୍ଭାବନା ଥାଏ ।

ମଇଳା ଏବଂ ଗ୍ୟାସ୍ ଲିକେଜ୍ ମଧ୍ୟ ପ୍ରମୁଖ କାରଣ

ଯଦି ଏସିର କଣ୍ଡେନ୍ସର କଏଲରେ ମଇଳା ଜମା ହୁଏ, ତେବେ ଉତ୍ତାପ ସହଜରେ ବାହାରକୁ ବାହାରି ପାରେ ନାହିଁ । ଏହା ମେସିନକୁ ଅଧିକ ଗରମ କରିଦିଏ । ରେଫ୍ରିଜରେଣ୍ଟ ଗ୍ୟାସ ଲିକରୁ ସ୍ପାର୍କ ନିଆଁ ଲଗାଇପାରେ । ସମୟ ସମୟରେ ସଫା କରିବା ଏବଂ ଗ୍ୟାସ ପରୀକ୍ଷା କରିବା ଅତ୍ୟନ୍ତ ଜରୁରି ।

ବିପଦକୁ କେମିତି ଚିହ୍ନିବେ ?

ଯଦି ଆପଣ ଏସିରୁ ପୋଡ଼ା ଗନ୍ଧ କିମ୍ବା କିଛି ଅଲଗା ଶବ୍ଦ ଶୁଣୁଛନ୍ତି ତେବେ ସତର୍କ ରୁହନ୍ତୁ । ଏସି ବାରମ୍ବାର ଟ୍ରିପ୍ ହେଉଛି, ଥଣ୍ଡା କମ୍ ହେଉଛି କିମ୍ବା ବାହାର ୟୁନିଟ୍ ଅତ୍ୟଧିକ ଗରମ ଅନୁଭବ କରୁଛି, ତେବେ ତୁରନ୍ତ ଏସି ବନ୍ଦ କରନ୍ତୁ । ଏହି ଲକ୍ଷଣଗୁଡ଼ିକ ଏକ ବଡ଼ ସମସ୍ୟାକୁ ସୂଚାଇପାରେ ।

ଏସକୁ କିପରି ସୁରକ୍ଷିତ ରଖିବେ ?

  • ବର୍ଷକୁ ଅତି କମରେ ଥରେ କିମ୍ବା ଦୁଇଥର ଏସି ସର୍ଭିସିଂ କରାନ୍ତୁ
  • ଧୂଳି ଏବଂ ମଇଳାକୁ ବାହାର ୟୁନିଟ୍ର ପହଞ୍ଚିବା ଠାରୁ ଦୂରରେ ରଖନ୍ତୁ
  • ନିମ୍ନମାନର ଗ୍ୟାସ୍ ବ୍ୟବହାର କରିବାରୁ ଦୂରେଇ ରୁହନ୍ତୁ
  • ଘଣ୍ଟା ଘଣ୍ଟା ଧରି ଏସି ଚଲାଇବାରୁ ଦୂରେଇ ରୁହନ୍ତୁ
  • ୟୁନିଟ୍କୁ ଥଣ୍ଡା ହେବା ପାଇଁ ମଝିରେ ମଝିରେ ବନ୍ଦ ଦିଅନ୍ତୁ