କୋଲକାତା, ୨୧|୦୭: ଏକ ବଳାତ୍କାର ମାମଲାରେ କ୍ରିକେଟର ଅଭିଷେକ ପୋରେଲଙ୍କୁ ଗିରଫ ନିମନ୍ତେ ସୋମବାର କୋଲକାତା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଅଭିଯୋଗକାରିଣୀଙ୍କ ଗୋପନୀୟତାର ସୁରକ୍ଷା ଲାଗି ଏହି ୱିକେଟ-କିପର ତଥା ବ୍ୟାଟସମ୍ୟାନଙ୍କ ସମସ୍ତ ଇଲେକ୍ଟ୍ରୋନିକ ଡିଭାଇସ ଜବତ ଲାଗି ଅଦାଲତ କହିଛନ୍ତି।

ଅଭିଯୋଗ ଅନୁସାରେ, ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳିଥିବା ଅଭିଷେକ ପୀଡ଼ିତାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ। ୩ ବର୍ଷ ଧରି ସମ୍ପର୍କ ରଖିବା ପରେ ବିବାହ ପାଇଁ ମନା କରିବା ସହିତ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ଅନଲାଇନରେ ଛାଡ଼ିବାକୁ ଧମକ ଦେଇଥିଲେ। ପୀଡ଼ିତା ଏ ନେଇ ହୁଗଳି ଜିଲ୍ଲାର ମାଗ୍ରା ଥାନାରେ ଅଭିଯୋଗ କରିଥିଲେ।

Also Read :-ବ୍ରିଟେନ ଗସ୍ତରେ ୧୦ରୁ ମାତ୍ର ଗୋଟିଏ ବିଜୟ, ଗମ୍ଭୀର ରହିବେ ନାହିଁ ଟିମ୍ ଇଣ୍ଡିଆର କୋଚ୍ ! ଏହି ବଡ଼ ହସ୍ତୀଙ୍କୁ ମିଳିବ ଦାୟିତ୍ଵ

ଅନ୍ୟପକ୍ଷରେ ଅଭିଷେକ ପୋରେଲ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୧ରେ ହେବ। ବିଚାରପତି ସୌଗତ ଭଟ୍ଟାଚାର୍ଯ୍ୟ ପୋରେଲଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ ଖେଳି ନ ଥିଲେ ହେଁ ଆଇପିଏଲରେ ସେ ବେଶ୍ ନାଁ କମାଇଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ଡରୁ ସେ ପ୍ରତିନିଧିତ୍ୱ କରୁଥିଲେ । ୨୩ ବର୍ଷୀୟ ପୋରେଲ ମୋଟ ୩୫ ମ୍ୟାଚ ଖେଳିଥିବା ବେଳେ ତାଙ୍କ ନାମରେ ୭୬୯ ରନ ରହିଛି । ଏହାଛଡ଼ା ସେ ୩୨ଟି ପ୍ରଥମ-ଶ୍ରେଣୀ ମ୍ୟାଚ ବି ଖେଳିଛନ୍ତି।