ନୂଆଦିଲ୍ଲୀ: ରାଉଜ ଏଭେନ୍ୟୁ କୋର୍ଟ ଗୁରୁବାର ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଆଶ୍ୱସ୍ତ କରିଛନ୍ତି। କଥିତ ଦିଲ୍ଲୀ ଜଲ ବୋର୍ଡ ଦୁର୍ନୀତି ମାମଲାରେ ଜୈନଙ୍କୁ ଜାମିନ ମିଳିଛି । ରାଉଜ ଏଭେନ୍ୟୁ କୋର୍ଟ ସ୍ୱତନ୍ତ୍ର ଜଜ୍ (ପିସି ଆକ୍ଟ) ବିନୟ ସିଂହ ଆଦେଶ ଗୃହୀତ କରି ତାଙ୍କ ଜାମିନ ଆବେଦନକୁ ମଞ୍ଜୁର କରିଛନ୍ତି। ଆମ ଆଦମୀ ପାର୍ଟି (ଆପ) ସରକାରରେ ଜଳମନ୍ତ୍ରୀ ଥିବା ସତ୍ୟେନ୍ଦ୍ର ଜୈନଙ୍କୁ ଗତ ମାସରେ ଦିଲ୍ଲୀ ପୋଲିସର ଦୁର୍ନୀତି ନିବାରଣ ଶାଖା (ଏସିବି) ଗିରଫ କରିଥିଲା। ଏହି ମାମଲା ୨୦୨୪ ମସିହାରେ ରୁଜୁ ହୋଇଥିଲା। ଗରିଫ ପରେ ଜୈନଙ୍କୁ ଅଗଷ୍ଟ ୧୯ ତାରିଖ ଦିନ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା।

ଏହି ମାମଲା ଦିଲ୍ଲୀ ଜଲ ବୋର୍ଡ ଅର୍ଥାତ ଡିଜେବି ସ୍ୱେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ପ୍ରକଳ୍ପ ଟେଣ୍ଡର ପ୍ରକ୍ରିୟାରେ କଥିତ ଅନିୟମିତତା ସମ୍ପର୍କିତ। ଜୈନଙ୍କ ବିରୋଧରେ ଦୁର୍ନୀତି ନିବାରଣ ଅଧିନିୟମ ଅର୍ଥାତ ପ୍ରିଭେନସ ଅଫ କରପସନ ଆକ୍ଟ ଓ ଭାରତୀୟ ନ୍ୟାୟ ସଂହିତା ପୂର୍ବରୁ ଲାଗୁ ଭାରତୀୟ ଦଣ୍ଡ ସଂହିତା (ଆଇପିସି) ଧାରାରେ ମାମଲା ରୁଜୁ କରାଯାଇଥିଲା। ଏହି ମାମଲା ମେ ୨୦୨୪ରେ ଦିଲ୍ଲୀ ସରକାରଙ୍କ ଡାଇରେକ୍ଟୋରେଟ ଅଫ ଭିଜିଲାନ୍ସର ଅଭିଯୋଗ ପରେ ରୁଜୁ କରାଯାଇଥିଲା।

ଅଭିଯୋଗ କରାଯାଇଥିଲା ଯେ ଦିଲ୍ଲୀ ଜଲ ବୋର୍ଡର ସ୍ୱିଏଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ଅପଗ୍ରେଡେସନ ସମ୍ବଦ୍ଧିତ ଠିକାର ଟେଣ୍ଡରପ୍ରକ୍ରିୟାରେ କଥିତ ରୂପେ ସର୍ତ୍ତରେ ହେରଫେର କରାଯାଇଛି। ମାମଲାରେ ଅପରାଧିକ ଷଡ଼ଯନ୍ତ୍ର ଓ କଥିତ ଲାଞ୍ଚ କାରବାରର ମଧ୍ୟ ଯାଞ୍ଚ କରାଯାଉଛି। ଅଗଷ୍ଟ ୧୯ ତାରିଖରେ ସତ୍ୟେନ୍ଦ୍ର ଜୈନଙ୍କ ଗରିଫକୁ କୋର୍ଟ ଅବୈଧ ଘୋଷଣା କରିବାକୁ ମନା କରିଦେଇଥିଲେ। ଏବେ ଗୁରୁବାର କୋର୍ଟ ତାଙ୍କୁ ଜାମିନ ମଞ୍ଜୁର କରିଛନ୍ତି। ମାମଲାରେ ଯାଞ୍ଚଏଜେନ୍ସୀ ପକ୍ଷରୁ ଅଣାଯାଇଥିବା ଅଭିଯୋଗ ଉପରେ ପରବର୍ତ୍ତି ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିବ। ହେଲେ ବର୍ତ୍ତମାନ ଲାଗି କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିବା ଜୈନଙ୍କୁ ଏହି ମାମଲାରେ ଆଶ୍ୱସ୍ତ କରିଛି।