ଭୋଗରାଇ: ଚାରି ଜଣ ଯୁବତୀଙ୍କୁ କମେଣ୍ଟ ମାରିବା ପଡ଼ିଲା ମହଙ୍ଗା । ଯୁବକଙ୍କୁ ଚପଲରେ ସେକିବା ପରେ ପୋଲିସରେ ଦେଲେ ଜିମା । ଯୁବତୀ ମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହ କମେଣ୍ଟ ମାରିବା ସମ୍ପୃକ୍ତ ଯୁବକ ୨ ଜଣଙ୍କୁ ଭାରି ମହଙ୍ଗା ପଡିଛି। ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଯୁବକ ୨ ଜଣଙ୍କୁ କାବୁ କରି ଚପଲରେ ସେକିବା ପରେ ପୋଲିସରେ ଜିମାରେ ଦିଆ ଯାଇଛି ।

ସୂଚନା ଅନୁଯାୟୀ,ବାଲେଶ୍ଵର ଜିଲ୍ଲା ଭୋଗରାଇ ଅଞ୍ଚଳର ୪ ଜଣ ଯୁବତୀ ଚନ୍ଦନେଶ୍ୱର ସ୍ଥିତ NICET କମ୍ପ୍ୟୁଟର ସେଣ୍ଟରକୁ କମ୍ପ୍ୟୁଟର ଶିଖିବା ପାଇଁ ଆସୁଥିଲେ। ଏକ ବାଇକରେ ହିମାଂଶୁ ପଣ୍ଡା ଏବଂ ମୀନକେତନ ମଙ୍ଗଳ ଆସି ଯୁବତୀ ମାନଙ୍କୁ କମେଣ୍ଟ ମାରିବା ସହ ଅଶାଳୀନ ଇଙ୍ଗିତ କରି ପଳାଇ ଥିଲେ । ଏତିକିରେ ସେମାନଙ୍କ ମନ ଶାନ୍ତି ହୋଇ ନଥିଲା । ପୁଣି ଫେରିଆସି ଏଭଳି ବିଭିନ୍ନ ଭାଷାରେ ଗାଳି ଗୁଳଜ କରିଥିଲେ । ଏହାଦେଖି ସ୍ଥାନୀୟ ଲୋକ ମାନେ ୨ ଯୁବକଙ୍କୁ ଧରି ଉତମ ମଧ୍ୟମ ଦେବା ପରେ ଚନ୍ଦନେଶ୍ଵର ଫାଣ୍ଡିକୁ ହସ୍ତାନ୍ତର କରିଥିଲେ । ଏ ବାବଦରେ ଚନ୍ଦନେଶ୍ଵର ଫାଣ୍ଡିରେ ଯୁବତୀ ଜଣଙ୍କ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Also read: ଗାଁରେ ପଶି କରୁଥିଲେ ଚୋରି, ବିଦ୍ୟୁତ ଖୁଣ୍ଟ ଛେଚା ଖାଇଲେ ମହିଳା ସମେତ ୪ !