ଜଳେଶ୍ବର: ନଦୀରେ ବୁଡ଼ି ଛଅ ବର୍ଷର ଶିଶୁ ପୁତ୍ର ମୃତ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ନାଭ ଗ୍ରାମରେ। ଗାଁ ନିକଟ ନଦୀରେ ବୁଡ଼ି ଛଅ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ପୋଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁସାରେ, ଗୁରୁବାର ମଧ୍ୟାହ୍ନ ସମୟରେ ନାଭ ଗ୍ରାମର ତପୁ ବାସ୍କେଙ୍କ ୬ ବର୍ଷର ପୁଅ ବିଜୟ ବାସ୍କେ ଜଳକା ନଦୀ କୁଳରେ ଖେଳୁଥିବା ସମୟରେ ଅସାବଧାନତା ଯୋଗୁ ନଦୀରେ ପଡିଯାଇଥିଲେ। ଆଉ ନଦୀରେ ପାଣିଥିବାରୁ ସେ ବୁଡ଼ି ଯାଇଥିଲେ। ସେପଟେ ଅନେକ ସମୟ ପରେ ପୁଅର କୌଣସି ସନ୍ଧାନ ନମିଳିବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ। ଏମିତିକି ଦମକଳ ବାହିନୀର ମଧ୍ୟ ସହାୟତା ନିଆଯାଇଥିଲା। ପରେ ଶିଶୁଟି ନଦୀରେ ଭାସୁଥିବାର ଜଣାପଡ଼ିଥିଲା।

Also Read: କବାଟ ଖୋଲୁଥିଲେ ସାଇଆମ୍ମା, ଚୋଟ ମାରିଲା ବିଷାକ୍ତ ସାପ...​​​​​​​

ତେବେ ସଙ୍ଗେ ସଙ୍ଗେ ଉଦ୍ଧାର କରି ମେଡିକାଲକୁ ନିଆଯାଇଥିଲେ ବି ଡାକ୍ତର ଶିଶୁପୁତ୍ରକୁ ଡାକ୍ତର ମୃତ ଘୋଷଣା କରିଥିଲେ। ଛୋଟ ପିଲାଟିର ମୃତ୍ୟୁକୁ ନେଇ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ, ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।