ବଲାଙ୍ଗିର: ସିରିଜ୍ ଦୁର୍ଘଟଣା ଘଟାଇ ମହିଳାଙ୍କ ଉପରେ ଚଢ଼ିଗଲା ପିକଅପ୍। ଏଥିରେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ, ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି। ଘଟଣା ଘଟିଛି ବଲାଙ୍ଗିର ସହରରେ।

ସୂଚନା ଅନୁସାରେ, ସୋମବାର ସନ୍ଧ୍ୟାରେ ସହରର ସୁଦପଡ଼ା ଠାରୁ ଟ୍ରାଫିକଜାମ ଛକ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବାଇକ , ସ୍କୁଟି ଓ କାରକୁ ପିଟି ଏକ ପିକଅପ୍ ଫେରାର ମାରୁଥିଲା। ଆଉ ଏହି ସମୟରେ ଜଣେ ମହିଳାଙ୍କ ଉପରକୁ ମଧ୍ୟ ଚଢ଼ିଯାଇଥିଲା । ଫଳରେ ଏଥିରେ ମହିଳାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଅବଶ୍ୟ ଫେରାର ମାରିବା ବେଳେ ଡ୍ରାଇଭର ସହ ପିକଅପ୍‌କୁ ଧରିଛି ପୋଲିସ।

Also Read: କାଉଡ଼ିଆଙ୍କୁ ନେଇ ଫେରୁଥିଲା ଗାଡ଼ି, ବାଟରେ ଘଟିଲା ଭୟଙ୍କର ଦୁର୍ଘଟଣା

ତେବେ ଏପର୍ଯ୍ୟନ୍ତ ମୃତ ମହିଳାଙ୍କ ସଂପୂର୍ଣ୍ଣ ପରିଚୟ ମିଳିପାରିନଥିବା ବେଳେ, ସେ ପୁଇଁନ୍ତଳା ବୋଲି ଜଣାପଡ଼ିଛି। ମୃତ ମହିଳାଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ପିକଅପ୍ ଜବତ କରି ଘଟଣାରେ ଟାଉନ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି।