ଜଗତସିଂହପୁର: ଭୟଙ୍କର ଦୁର୍ଘଟଣାର ଶିକାର ହେଲା କାଉଡ଼ିଆଙ୍କୁ ଧରି ଫେରୁଥିବା ଏକ ପିକଅପ୍ ଗାଡ଼ି। ଏଥିରେ ୧୭ କାଉଡ଼ିଆ ଆହତ ହୋଇଥିବା ବେଳେ, ସେମାନଙ୍କ ମଧ୍ୟରୁ ୫ ଜଣକ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ସୋମବାର ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା କଟକ- ପାରାଦୀପ ରାସ୍ତାର କୋଟକଣା ଛକ ନିକଟରେ।

ମିଳିଥିବା ସୂଚନା ଅନୁସାରେ, କାଉଡ଼ିଆଙ୍କୁ ନେଇ ଫେରୁଥିବା ଏକ ପିକଅପ୍ ଭାରସାମ୍ୟ ହରାଇ ଛକ ନିକଟରେ ଥିବା ବାବା ଗୋରେଖନାଥଙ୍କର ଏକ ହୁଣ୍ଡି ସହ ପିଟିହୋଇଥିଲା । ଫଳରେ ଏଥିରେ ଥିବା ୧୭ ଜଣ କାଉଡ଼ିଆ ଆହତ ହୋଇଥିବା ବେଳେ, ସେମାନଙ୍କ ମଧ୍ୟରୁ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୬ ମହିଳା ଏବଂ ୨ ଶିଶୁ ଥିବା ଜଣାପଡ଼ିଛି। ଗାଡ଼ିରେ ଥିବା କାଉଡ଼ିଆମାନେ ନୟାଗଡ଼ରୁ ପାଣି ଢାଳି କୁଜଙ୍ଗ ଅଞ୍ଚଳକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ତେବେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକ ପହଁଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲେ । ସମସ୍ତ ଆହତ ଓ ଗୁରୁତରଙ୍କୁ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

Also Read: କନ୍ଧମାଳରୁ ମହାରାଷ୍ଟ୍ର ହେଉଥିଲା ଚୋରା ଚାଲାଣ, ଟ୍ରକରୁ ମିଳିଲା ୧୦ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ