ନୀଳଗିରି ୩।୪: ଦ୍ରୁତଗତିରେ ଆସିଲା । ଛାତି ଥରାଇଲା । କିଛି ବୁଝିବା ଆଗରେ ପଛପଟୁ ଧକ୍କା ଦେଲା । ଦୁର୍ଘଟଣା ଘଟାଇ ଖସି ପଳାଉଥିଲା । ଲୋକେ ଦେଖି ମାଡ଼ିବସିଲେ । ପୁଣି ଦୁର୍ଘଟଣା ଘଟାଇଲା ଥାର୍ ଗାଡ଼ି । ଦ୍ରୁତ ଗତିରେ ଆସି ଅଟୋକୁ ପଛପଟୁ ଧକ୍କା ଦେଲା । ଦୁର୍ଘଟଣାରେ ଅଟୋ ଭାଙ୍ଗି ଚୁରମାର୍ । ଆଉ ଚାଲିଗଲା କୋମଳମତି ନିଷ୍ପାପ ଶିଶୁର ଜୀବନ । ପରିବାରର ଅନ୍ୟ ୫ ଜଣଙ୍କ ଅବସ୍ଥା ବି ହୋଇଛି ଗୁରୁତର । ଏଭଳି ଅବସ୍ଥାରେ ଭର୍ତ୍ତି ହୋଇଛନ୍ତି ମେଡିକାଲରେ । ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ଖନ୍ତାପଡା ଖୁସି ହୋଟେଲ ନିକଟରେ ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ଚକଜଗନ୍ନାଥପୁର ପଞ୍ଚାୟତ ବାସୁବରହମପୁର ଗାଁର ଗୋଟିଏ ପରିବାର ଅଟୋ ଯୋଗେ କୌଣସି କାମରେ ଆସିଥିଲେ । ୧୬ ନମ୍ବର ଜାତୀୟ ରାଜପଥ ଖନ୍ତାପଡ଼ା ବଜାର ଖୁସି ହୋଟେଲ ନିକଟରେ ଏକ ଥାର୍ ଗାଡ଼ି ଦ୍ରୁତଗତିରେ ସେମାନଙ୍କ ଆଡ଼କୁ ମାଡ଼ି ଆସିଥିଲା । ଦେଖୁ ଦେଖୁ ଅଟୋକୁ ପଛପଟୁ ଧକ୍କା ଦେଇଥିଲା ଥାର୍ । ଫଳରେ ଅଟୋରେ ଥିବା ଗୋଟିଏ ପରିବାରର ୬ ଜଣ ଗୁରୁତର ହୋଇଥିଲେ । ସେମାନଙ୍କୁ ଗୁରୁତର ଅବସ୍ଥାରେ ଖନ୍ତାପଡା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ୩ ବର୍ଷର ଶିଶୁକନ୍ୟାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ବାଲେଶ୍ଵର ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି ।

Also Read:- Excise Policy Guidelines: ଅବକାରୀ ବିଭାଗର ନୂଆ ଗାଇଡଲାଇନ୍ : ଏଥିରେ ରହିଛି କ'ଣ ପଢ଼ନ୍ତୁ

ଦୁର୍ଘଟଣାସ୍ଥଳରେ ଖନ୍ତାପଡ଼ା ପୋଲିସ ତଦନ୍ତ ପହଞ୍ଚି ତଦନ୍ତ କରିବା ସହ ଦୁର୍ଘଟଣାଗ୍ରସ୍ତ ଥାର୍ ଆଉ ଅଟୋକୁ ଜବତ କରିଛି । ତେବେ ଶିଶୁକନ୍ୟାର ମୃତ୍ୟୁ ଖବର ସମସ୍ତଙ୍କୁ ମର୍ମାହତ କରିଛି । ଗାଁ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଗୁରୁତର ଆଶୁଆରୋଗ୍ୟ କାମନା କରିଛନ୍ତି ଗ୍ରାମବାସୀ ।