ଭୁବନେଶ୍ବର ୧୧୧:ପୁଣି ରାଜଧାନୀରେ ଥାର୍ ଆତଙ୍କ । ଛାତି ଥରାଇଲା, ଯମଦୂତ ଭଳି ମାଡ଼ି ଆସିଲା । ଏଜି ଛକରୁ ପିଟି ପିଟି ଆସିଲା ଆଚାର୍ଯ୍ୟବିହାରରେ ଅଟକିଲା । ସିରିଜ୍ ଦୁର୍ଘଟଣା ପରେ ଧରା ହେଲା ମଦୁଆ ଡ୍ରାଇଭର ।

ରାଜଧାନୀରେ ରାତି ତମାମ ଚେକିଂ, ବ୍ଲକିଂ ହେଉଥିବା ହେଲେ ଦିନ ଦ୍ବିପ୍ରହରରେ ମଦୁଆ ଡ୍ରାଇଭରର ଉନ୍ମତକାଣ୍ଡ । ଆତଙ୍କ ଖେଳାଇଲା, ସିରିଜ୍ ଦୁର୍ଘଟଣା କଲା I ଏଜି ଛକରୁ ଗୋଟିଏ ପରେ, ଗୋଟିଏ ଗାଡିକୁ ପିଟି ପିଟି ଆସି ଆଚାର୍ଯ୍ୟବିହାରରେ ଟ୍ରାଫିକ୍ ସିଗନାଲ୍ ଭାଙ୍ଗିଲା I ଦୁର୍ଘଟଣାରେ ଗାଡିର ଚକା ଫାଟି ଯିବାରୁ, ରିମ୍ ସାହାଯ୍ୟରେ ପ୍ରାୟ ୫୦୦ ମିଟର ଗାଡି ଦୌଡ଼ାଇଲା I ବେରିଙ୍ଗ ଏ ଭାଗିଯିବାରୁ, ଆପୋଲୋ ରୋଡ଼ରେ ଥାର୍ ଗାଡିକୁ ଅଟକାଇବାକୁ ବାଧ୍ୟ ହୋଇଥିଲା ଚାଳକ I ପିସିଆର ପହଞ୍ଚି ଉକ୍ତ ଥାର୍ ଗାଡିକୁ ଥାନାକୁ ଉଠାଇ ନେଇଥିବା ବେଳେ, ଗାଡି ଡ୍ରାଇଭରକୁ ଅଟକ ରଖିଛି I

ଉଲ୍ଲେଖଯୋଗ୍ୟ ଯେ, ଗତ ରାକ୍ଷୀ ପୂର୍ଣ୍ଣିମା ଦିନ ଭୁବନେଶ୍ବର ପାତ୍ରପଡ଼ା ଛକରେ ଥାର୍ ଧକ୍କାରେ ଜଣେ ୮ ବର୍ଷର ଝିଅର ମୃତ୍ୟୁ ହୋଇଥିଲା । ଦୁଇ ଜଣ ଗୁରୁତର ହୋଇ ଏମ୍ସରେ ଚିକିତ୍ସିତ ହେଉଥିଲେ । ମାତ୍ର କିଛି ଦିନ ପରେ ଚିକିତ୍ସାଧିନ ଅବସ୍ଥାରେ ମା’ଙ୍କର ଜୀବନ ଚାଲିଯାଇଥିଲା । ଥାର୍ ଗାଡ଼ିଟି ଜଟଣୀ ଅଞ୍ଚଳର ହୋଇଥିବା ଜଣାପଡ଼ିଥିଲା । ରିଲ୍ସ କରିବା ନିଶା ଯୋଗୁଁ କାର୍‌ ରେସିଂ କରୁଥିବା ବେଳେ ଦୁର୍ଘଟଣା ଘଟିଥିଲା । ଏହି ଘଟଣାରେ ଥାର୍ ମାଲିକ ସୋମନାଥ ବେହେରାଙ୍କ ସମେତ ମୋଟ୍ ୬ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା I ଏହି ଦୁର୍ଘଟଣା ପରେ ଗାଡ଼ି ଚଳାଇଲା ବେଳେ, ଚାଳକ କିମ୍ବା ପାସେଞ୍ଜର ରିଲ୍ସ କରିବା ସହ ରେସିଂ ନକରିବାକୁ ସରକାରଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି ।