ଉଦଳା: ମୋବାଇଲ ଛଡ଼ାଇ ନେଇ ଭାଙ୍ଗି ଦେଲେ ବୋଲି ବିଷ ପିଇ ଦେଲା ନାବାଳିକା। ଏଭଳି ଘଟଣା ଏକ ଅଭବାନୀୟ ଘଟଣା ଘଟିଛି କପ୍ତିପଦା ଥାନା ଗଗପାଳ ଗ୍ରାମରେ। ତେବେ ଘଟଣାରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଗ୍ରାମର ଦୁର୍ଗା ନାଏକଙ୍କ ୧୫ ବର୍ଷର ଝିଅ ସକାଳେ ଘରେ ବସି ମୋବାଇଲ ଦେଖୁଥିଲେ। ଏହି ସମୟରେ ତାଙ୍କ ମାଆ ଏବଂ ମାମୁ ଆସି ମୋବାଇଲ ଦେଖିବାକୁ ବାରଣ କରିବା ସହ ମୋବାଇଲ ଛଡ଼ାଇ ନେଇଥିଲେ। କିନ୍ତୁ ଏହାକୁ ବିରୋଧ କରିଥିଲା ଝିଅ। ହେଲେ ମୋବାଇ ଛଡ଼ାଇ ନେଇ ପରିବାର ଲୋକେ ଭାଙ୍ଗି ଦେଇଥିବା ବେଳେ ଏଥିରେ ରାଗି ବିଷ ପିଇ ଦେବ ବୋଲି କହିଥିଲା ନାବାଳିକା।

Also Read: ଛାଡ଼ି ପଳାଇଲେ ସମ୍ପର୍କୀୟ, ହସ୍ପିଟାଲରେ ପଡ଼ିରହିଛି ମୃତ ଦେହ

ଆଉ ସତକୁ ସତ ଘର ଭିତରକୁ ପଶି କବାଟ ବନ୍ଦ କରି କୀଟନାଶକ ପିଇ ଦେଇଥିଲେ। ଏଥିରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା। ପରେ ପରିବାର ଲୋକେ କବାଟ ଭାଙ୍ଗି ତାଙ୍କୁ ଉଦ୍ଧାର କରି ଉଦଳା ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିବା ବେଳେ କିଛି ସମୟ ପରେ ତାଙ୍କ ର ମୃତ୍ୟୁ ହୋଇଥିଲା। ତେବେ ପୋଲିସ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।