ଖଲ୍ଲିକୋଟ: ବିଦ୍ୟୁତ ଆଘାତରେ ୧୩ ବର୍ଷର ନାବାଳକ ମୃତ। ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ଗଞ୍ଜମେ ଖଲ୍ଲିକୋଟ ଥାନା କୈରlସୀ ଗ୍ରାମରେ। ମୃତକ ହେଉଛନ୍ତି ଗ୍ରାମର ପକ୍ଷୀରାଜ ସାହିର ମଙ୍ଗୁଳୁ ନାହାକଙ୍କ ପୁଅ ବିସ୍ମୟ ନାହାକ। ମୃତ ବିସ୍ମୟ କୈରlସୀ ସ୍ଥିତ ନୀଳକଣ୍ଠେଶ୍ଵର ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ର।

ମିଳିଥିବା ସୂଚନା ଅନୁସାରେ, ବିସ୍ମୟ ଶନିବାର ସଂଧ୍ୟା ସମୟରେ ନିଜଘରେ ଏକ ସାଇନ୍ସ ପୋଜେକ୍ଟ କରୁଥିଲେ ଆଉ ସେଥିରେ ବିଦ୍ୟୁତ ସାହାଯ୍ୟରେ ପରୀକ୍ଷା ନିରୀକ୍ଷା କରୁଥବା ବେଳେ ହଠାତ ବିଦ୍ୟୁତ ଆଘାତରେ ଆହତ ହୋଇ ତଳେ ପଡ଼ିଯାଇଥିଲେ।

Also Read: ଜଗା ଦର୍ଶନ ହେଲା ଶେଷ ଦର୍ଶନ, ମହାପ୍ରଭୁଙ୍କ ଦର୍ଶନ ପରେ ଚାଲିଗଲା ପ୍ରାଣ

ତେବେ ପରିବାର ଲୋକ ଆହତ ବିସ୍ମୟକୁ ତୁରନ୍ତ ଏକ ଅଟୋ ଯୋଗେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ନାବାଳକଙ୍କ ମୃତ୍ୟୁରେ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ରଖିବା ସହ ତଦନ୍ତ କରୁଛି।