ଜି.ଉଦୟଗିରି ୦୫।୧୧ : ଜି ଉଦୟଗିରି ବ୍ଲକ କିଲାପାଙ୍ଗାଠାରୁ ୮୦ ଜଣିଆ ଟିମ୍ ଗିଡିପାବାଲି ସ୍ଥିତ ଭୂସ୍ଖଳନ ସ୍ଥଳକୁ ବାହାରିଛନ୍ତି। NDRF ଏବଂ ଅଗ୍ନିଶମ ବାହିନୀର ମୋଟ ୮୦ ଜଣ ଏଥିରେ ସାମିଲ ହୋଇଛନ୍ତି।

କନ୍ଧମାଳ ଜିଲ୍ଲାପାଳଙ୍କ ସହ ଉପ ଜିଲ୍ଲାପାଳ,ଜି ଉଦୟଗିରି ବିଡ଼ିଓ ସତ୍ୟ ନାରାୟନ ମିଶ୍ର ପ୍ରମୁଖ ସ୍ଥିତି ଉପରେ ନଜର ରଖିଛନ୍ତି । ଏବେ ସୁଦ୍ଧା ୧୧ ଜଣ ଙ୍କ ପତା ମିଳିନାହିଁ । ଗତ କାଲି ପ୍ରତିକାତ୍ମକ ଶବ ସତ୍କାର କରିବା ପାଇଁ ନିଖୋଜ ୧୧ ଜଣ ପରିବାରର ସମ୍ପର୍କୀୟ ଗିଡିପାବାଲି ଯାଇଥିଲେ। କିନ୍ତୁ ଯେପର୍ଯ୍ୟନ୍ତ ମୃତଦେହ ଦେଖିବେନି ସେପର୍ଯ୍ୟନ୍ତ ସେମାନେ ଶବ ଶତ୍କାର କରିବେ ନାହିଁ ବୋଲି ଜିଦ୍ ଧରିଥିଲେ। ଏବେ ସରକାର ଓ ପ୍ରଶାସନ ପାଇଁ ଏହା ଏକ ଚାଲେଞ୍ଜ ହୋଇଯାଇଛି ।

Also Read:-ରାଜଧାନୀରେ ରକ୍ତାକ୍ତ ରାତି, ଯୁବକଙ୍କୁ ପିଛା କରି ଗୁଳିମାଡ଼; ତଦନ୍ତ ଜୋରଦାର

ପ୍ରଶାସନ, ସରକାର, ଉଦ୍ଧାରକାରୀ ଲଗାତର ଭାବେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ମଙ୍ଗଳବାର ରାତିରେ ବର୍ଷା ଲାଗି କିଛି ସମୟ ପାଇଁ ରେସ୍କୁ ଅପରେସନକୁ ବନ୍ଦ କରାଯାଇଥିଲା । କିନ୍ତୁ ପୁଣି ଥରେ ରେସ୍କୁ ଅପରେସନକୁ ଆରମ୍ଭ କରାଯାଇଛି ।