କେନ୍ଦ୍ରାପଡ଼ା ୦୬।୦୯ : ଲାଞ୍ଚ ନେବା ଅଭିଯୋଗରେ କେନ୍ଦ୍ରାପଡ଼ା ଡ୍ରେନେଜ୍ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ତଥା ଏଷ୍ଟିମେଟର ଅନୁପମା ସାହୁ ଭିଜିଲାନ୍ସ ଟିମ୍ ହାତରେ ଧରାପଡିଛନ୍ତି। ତାଙ୍କ ଦୁହୁରିଆ ସ୍ଥିତ ଭଡ଼ା ଘର, ମାର୍ଶାଘାଇ କାର୍ଯ୍ୟାଳୟ, ତାଳଚେର ସ୍ଥିତ ବାପଘର ଏବଂ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଜିରିଡାମାଳି ସ୍ଥିତ ରାଧାକୁଞ୍ଜ ସାହିରେ ଥିବା ତାଙ୍କ ଶ୍ବଶୁର ଘରେ ମଧ୍ୟ ଭିଜିଲାନ୍ସ ଟିମର ଛାନଭିନ୍ ଜାରି ରହିଛି।

ସେହିପରି ରାତିତମାମ ଭିଜିଲାନ୍ସର ୭ ଜଣିଆ ଟିମ୍ ତାଙ୍କ ଶ୍ବଶୁର ଘରେ ତନ୍ନ ତନ୍ନ ଯାଞ୍ଚ କରିଥିଲେ। ରବିବାର ସକାଳେ କାମାକ୍ଷାନଗର ସହରର ମେନରୋଡରେ ଥିବା ତାଙ୍କର ଭଡାରେ ଲାଗିଥିବା ବ୍ୟାଙ୍କ, ଜିମ୍ ଏବଂ ରଡ୍ ଗୋଦାମ ଘରେ ମଧ୍ୟ ଚଢାଉ ଚାଲିଛି । ବିଲ୍ ମଞ୍ଜୁର ପାଇଁ ଠିକାଦାରଙ୍କଠାରୁ ଲାଞ୍ଚ ନେଇ ଧରା ପଡିଛନ୍ତି କେନ୍ଦ୍ରାପଡ଼ା ଡ୍ରେନେଜ୍ ବିଭାଗ ସହକାରୀ ଯନ୍ତ୍ରୀ ତଥା ଏଷ୍ଟିମେଟର ଅନୁପମା ସାହୁ । ସେ କାର୍ଯ୍ୟାଳୟରୁ ଘରକୁ ଫେରୁଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କ ଗାଡ଼ିରୁ ନଗଦ ୩ ଲକ୍ଷ ୧୫ ହଜାର ଟଙ୍କା ଜବତ କରିଛନ୍ତି । ଏହାପରେ ତାଙ୍କ ବାସଗୃହରେ ତଲାସି ବେଳେ ପୁଣି ନଗଦ ୪ ଲକ୍ଷ ଟଙ୍କା ସହ ବହୁ ସୁନା ଓ ହୀରା ଅଳଙ୍କାର ଜବତ ହୋଇଛି।

Also Read:-ମଦ ନିଶାରେ ହେଲା ବଚସା, ସ୍ତ୍ରୀକୁ ତେଣ୍ଟା ଭୁସି ହତ୍ୟା କଲା ନୃଶଂସ ସ୍ବାମୀ