ଉଦଳା: ସାଙ୍ଗ ସହିତ ଗଲେ, ହେଲେ ଶବ ହୋଇ ଫେରିଲେ। ଗାଁ ପୋଖରୀକୁ ସାଙ୍ଗ ସହିତ ଯାଇଥିବା ବେଳେ ପାଣିରେ ବୁଡ଼ି ଚାଲିଗଲା ୭ ବର୍ଷ ନାବାଳିକାର ଜୀବନ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି କପ୍ତିପଦା ଥାନା ଉଠାଣି ସାହି ଗ୍ରାମରେ।

ସୂଚନା ଅନୁସାରେ, ଗ୍ରାମର ବାବୁଲି ନାଏକଙ୍କ ୭ ବର୍ଷ ଝିଅ ସକାଳ ସମୟରେ ତାଙ୍କ ସାଙ୍ଗ ସହ ଗାଁ ନିକଟ ପୋଖରୀ ପାଖକୁ ଯାଇଥିଲେ। ହେଲେ ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ପରିବାର ଲୋକେ, ଜଣେ ଗୁଣିଆର ସାହାଯ୍ୟ ନେଇଥିଲେ। ଆଉ ଗୁଣିଆ କହିବା ପରେ ପରିବାର ଲୋକେ ଉକ୍ତ ପୋଖରୀକୁ ଯାଇ ଖୋଜିଥିଲେ ଏବଂ ସେଠାରୁ ଝିଅର ମୃତଦେହ ମିଳିଥିଲା।

ତେବେ ଏହା ପରେ ସେମାନେ ନାବାଳିକାକୁ ଉଦ୍ଧାର କରି ଉଦଳା ମେଡିକାଲକୁ ନେଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ସେପଟେ ପୋଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି।