ଭୁବନେଶ୍ୱର ୩୧।୦୩ : ଅଶୁଭ ମଙ୍ଗଳବାର । ଭିନ୍ନ ଭିନ୍ନ ଦୁର୍ଘଟଣା ଏବଂ ଅଘଟଣରେ ଚାଲିଗଲା ୭ ଜୀବନ । ଏହାସହିତ କିଛି ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି ମଧ୍ୟ କରାଯାଇଛି । ତେବେ ଆସନ୍ତୁ ଜାଣିବା କେଉଁଠି ଦୁର୍ଘଟଣାରେ କେତେ ଜଣଙ୍କର ମୃତ୍ୟୁ ହୋଇଛି ।

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡ ଭୁସୁଣ୍ଡା ଛକ ନିକଟରେ ଘଟିଛି ଭୟଙ୍କର ଦୁର୍ଘଟଣା । ପଥର ବୋଝେଇ ଟ୍ରାକ୍ଟର ଭାରସାମ୍ୟ ହରାଇ ବାଇକୁ ଧକ୍କା ଦେଇଥିଲା । ଯାହାଫଳରେ ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଦ୍ରୁତଗତିରେ ଆସୁଥିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ତେବେ ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଟ୍ରାକ୍ଟର ଡ୍ରାଇଭର ମାରିଥିବା ବେଳେ ଦିଗପହଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିନାହିଁ ।

Also Read:-ମନ୍ଦିରରେ ବଡ଼ ଅଘଟଣ ! ଚିତ୍କାର କରୁଥିଲେ ଶ୍ରଦ୍ଧାଳୁ, ଅଣନିଶ୍ୱାସୀ ହୋଇ ଚାଲିଗଲା ଜୀବନ

ସେହିପରି ସମ୍ବଲପୁର ଜିଲ୍ଲା କୁଚିଣ୍ଡା କେଶାଇଇବାହାଲ ଠାରେ ନବନିର୍ମିତ ସେଫ୍ଟି ଟାଙ୍କି ଭୁଶୁଡି ୨ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ସେଫ୍ଟି ଟାଙ୍କିରେ କାମ ଚାଲୁଥିବା ବେଳେ ଭୁଶୁଡ଼ି ପଡିଥିଲା । ଯାହାଫଳରେ ୪ ଜଣ ଶ୍ରମିକ ଭିତରେ ଫଶିଯାଇଥିଲେ । ଦୁଇ ଜଣଙ୍କୁ ଗୁରୁତର ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଯାଇଛି । ଦୁଇ ଗୁରୁତରଙ୍କୁ କୁଚିଣ୍ଡା ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ଘଟଣାରେ ଦୁଇ ମୃତକ ହେଲେ କେଶାଇବାହାଲର ସୁଶୀଲ ନାଏକ ଓ ଭିକାରୀ ଚରଣ ବେହେରା।

ଅନ୍ୟପଟେ ବିଳମ୍ବିତ ରାତିରେ କଟକ ତାଳଦଣ୍ଡା କେନାଲ ନିକଟରେ ଘଟିଥିବା ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୩ ଛୁଇଁଛି । ଟାଟା ଏସି ଏବଂ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କାରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା । ବାକି ଅନ୍ୟ ଗୁରୁତରଙ୍କ ଚିକିତ୍ସା ଚାଲିଥିଲା । ହେଲେ ଆଉ ଜଣେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି । ମୃତକଙ୍କ ନାମ ରାଜଲକ୍ଷ୍ମୀ ସ୍ୱାଇଁ ବୋଲି ଜଣାପଡିଛି ।