ପାଟନା: ବିହାରର ନାଳନ୍ଦାର ମନ୍ଦିରରେ ଦଳାଚକଟା। ୮ ଜଣ ମହିଳା ଭକ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦଳାଚକଟାରେ ଅନେକ ଆହତ ହୋଇଛି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି। ଏହି ଘଟଣା ଦୀପନଗର ଥାନା ଅଞ୍ଚଳ ଅନ୍ତର୍ଗତ ମାଘରାର ଶୀତଳା ମନ୍ଦିରରେ ଘଟିଛି।

ଏହି ଘଟଣାରେ ଆହତ ଭକ୍ତଙ୍କ ସଂଖ୍ୟା ପ୍ରାୟ ୧୦ ରୁ ୧୨ ହେବ ବୋଲି ଅନୁମାନ କରାଯାଉଛି। ଆହତମାନଙ୍କୁ ଚିକିତ୍ସା ପାଇଁ ସଦର ହସ୍ପିଟାଲକୁ ପଠାଯାଇଛି। ମନ୍ଦିର ପରିସରକୁ ସମ୍ପୂର୍ଣ୍ଣ ଖାଲି କରିଦିଆଯାଇଛି। ଘଟଣା ପରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ପହଞ୍ଚିଛନ୍ତି।

ସୂଚନା ଅନୁସାରେ ଅତ୍ୟଧିକ ଭିଡ଼ ଏବଂ ଅପର୍ଯ୍ୟାପ୍ତ ବ୍ୟବସ୍ଥା ଯୋଗୁଁ ଏହି ଘଟଣା ଘଟିଛି। ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରତି ମଙ୍ଗଳବାର ହଜାର ହଜାର ଭକ୍ତ ଆସିଥାନ୍ତି।

ପ୍ରତି ମଙ୍ଗଳବାର ହଜାର ହଜାର ଭକ୍ତ ପୂଜା କରିବା ପାଇଁ ଏଠାକୁ ଆସନ୍ତି। କିନ୍ତୁ ଚଳିତ ମଙ୍ଗଳବାର ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଢିଲା ଦେଖାଯାଉଥିଲା। ଭକ୍ତଙ୍କ ପ୍ରବଳ ଭିଡ଼ ଯୋଗୁଁ ଦଳାଚକଟା ହୋଇଥିଲା। ଘଟଣାର ସଠିକ୍ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ସୂଚନା ପାଇବା ପରେ, ଘଟଣାସ୍ଥଳକୁ ଅନେକ ଆମ୍ବୁଲାନ୍ସ ପହଞ୍ଚିଛି। ଘଟଣାସ୍ଥଳରେ ଏସଡିଏମ୍ ମଧ୍ୟ ପହଞ୍ଚିଛନ୍ତି।