ବ୍ରହ୍ମପୁର ୩।୬: କବିସୂର୍ଯ୍ୟନଗର ହାଜତ ମୃତ୍ୟୁ ଘଟଣାରେ ବଡ଼ ଆକ୍ସନ । ବଦଳିଲେ ଗଞ୍ଜାମ ପୋଲିସ ଜିଲ୍ଲାର ୫୨ ପୋଲିସ କର୍ମଚାରୀ । କବିସୂର୍ଯ୍ୟନଗର ଥାନାରେ କାର୍ଯ୍ୟରତ ୨୪ ଜଣ ଏବଂ ବାଲିଛାଇ ଆଉଟପୋଷ୍ଟର ୩ ପୋଲିସ କର୍ମଚାରୀ ଓ ଅଫିସରଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବା ନିର୍ଦ୍ଦେଶନାମା ଜାରି କରାଯାଇଛି ।

ବଦଳରେ କବିସୂର୍ଯ୍ୟନଗର ପୋଲିସ ଥାନାକୁ ୨୨ ଜଣ ଏବଂ ବାଲିଛାଇ ଆଉଟପୋଷ୍ଟକୁ ୨ ଜଣ ବଦଳି ହୋଇ ଆସିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି । ତଦନ୍ତରେ ଯେଭଳି ସମସ୍ୟା ନଉପୁଯିବ ତାକୁ ଦୃଷ୍ଟିରେ ରଖି ଗଞ୍ଜାମ ଏସ୍ପି ହରିଶ୍ ବିଶି ଏଭଳି ନିର୍ଦ୍ଦେଶନାମା ଜାରି କରିଥିବା ଦେଖିବାକୁ ମିଳିଛି ।

Also Read:- ଜଗତସିଂହପୁରରେ ପୁଣି ଭିଡ଼ ହିଂସା ! ପୋଲିସ ଉପସ୍ଥିତରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ

ଅନ୍ୟପଟେ HRPCର ୪ ଜଣିଆ ଟିମ୍ ଖୋଳତାଡ଼ ଆରମ୍ଭ କରି ଦେଇଛନ୍ତି । ମଙ୍ଗଳବାର ଠାରୁ ଚାରି ଜଣିଆ ଟିମ୍ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ତଦନ୍ତ ଆରମ୍ଭ କରିଥିବା ବେଳେ ବୁଧବାର ପୁରୁଷୋତ୍ତମପୁର ଦିଗନ୍ତ ଡାକ ବଙ୍ଗଳାରେ ମୃତ ସୁଶାନ୍ତଙ୍କ ପରିବାର ଲୋକଙ୍କୁ ଡାକି ତଦନ୍ତ ଆରମ୍ଭ କରିଛନ୍ତି । ଅଭିଯୋଗ କ’ଣ ରହିଛି, ଅଭିଯୋଗରେ କେତେ ସତ୍ୟତା ରହିଛି ତାକୁ ନେଇ ତନାଘନା କରାଯାଉଥିବା ଜଣାପଡିଛି ।