ବ୍ରହ୍ମପୁର ୨୬।୦୫ : ସାବାଡ ହେବେ ଅପରାଧୀ । ବ୍ରହ୍ମପୁରରେ ଅପରାଧୀମାନେ ପୋଲିସକୁ ଖୋଲା ଚାଲେଞ୍ଜ ଦେଉଥିବା ବେଳେ ଆକ୍ସନ୍ ମୋଡରେ ପୋଲିସ୍ । ୯ ଦିନରେ ପୋଲିସ ୫ ଅପରାଧୀଙ୍କୁ ଏନକାଉଣ୍ଟର କରିଛି।

ଗତ ୧୬ ତାରିଖରେ ବ୍ରହ୍ମପୁରର ଦୁର୍ଦ୍ଦାନ୍ତ ଅପରାଧୀ ଦିପୁନା ନାୟକକୁ ଏନକାଉଣ୍ଟର କରିଥିଲା ପୋଲିସ । କୀର୍ତ୍ତିପୁର ଠାରେ ଏନକାଉଣ୍ଟର କରିଥିଲା ପୋଲିସ । ଦିପୁନା ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । ଏହାପରେ ୨୦ ତାରିଖରେ ବ୍ରହ୍ମପୁର ଗିରିରୋଡରେ ଉମେଶ ରଥଙ୍କୁ ମାଡ଼ ମାରିଥିବା ଅଭିଯୁକ୍ତ ମୁକେଶ ସାହୁକୁ ଏନକାଉଣ୍ଟର କରିଛି ପୋଲିସ୍ । ଗୋଳନ୍ଥରା ଥାନା ଅନ୍ତର୍ଗତ ଟାମଣା ଘାଟିଠାରେ ମୁକେଶକୁ ପୋଲିସ ଗୋଡ଼ାଇ ଗୋଡାଇ ଏନକାଉଣ୍ଟର କରିଥିଲା । ଆଉ ସୋମବାର ଭୋରରୁ ବ୍ରହ୍ମପୁର ଅମ୍ବିକା ନଗରରେ ମରଣାନ୍ତକ ଆକ୍ରମଣ ଘଟଣାର ଅଭିଯୁକ୍ତ ଜଗା ସାହୁକୁ ପୋଲିସ କରିଥିଲା ଏନକାଉଣ୍ଟର। ଅମ୍ବିକା ନଗରରେ ମଙ୍ଗଳା ବେହେରା ନାମକ ଜଣେ ଯୁବକଙ୍କୁ ଅପରାଧୀମାନେ ଅତି ନିର୍ମମ ଭାବରେ ହାଣିଥିଲେ। ଏହାର ଭିଡିଓ ଭାଇରାଲ ହେବାର ୫ ଘଣ୍ଟା ଭିତରେ ଅଭିଯୁକ୍ତ ଜଗା ସାହୁକୁ ଏନକାଉଣ୍ଟର କରିଥିଲା ପୋଲିସ।

Also Read:-Police Encounter : ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲା, ଦୁଇ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ପୋଲିସର ଏନ୍‌କାଉଣ୍ଟର

କେବଳ ଏହି ଗୋଟିଏ ନୁହେଁ ଦିନକରେ ମାନେ ସୋମବାର ଦିନ ୩ଟି ଏନକାଉଣ୍ଟର କରିଛି ପୋଲିସ । ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲାର ୨ ଅଭିଯୁକ୍ତଙ୍କୁ ଗୁଳି କରାଯାଇଛି। ପୂର୍ବରୁ ମଧ୍ୟ ଓଡିଶା ପୋଲିସ ଡିଜି ଅପରାଧୀମାନଙ୍କ ଚେତାବନୀ ଦେଇସାରିଛନ୍ତି । ଯଦି କୌଣସି ଅପରାଧୀ ନ ସୁଧୁରନ୍ତି, ତେବେ ବ୍ରହ୍ମପୁର ଘଟଣା ସମସ୍ତଙ୍କ ନଜିର ରହିବ ବୋଲି କହିଥିଲେ ।