ଭୁବନେଶ୍ୱର ୨୨।୦୯ : ପଞ୍ଚାୟତ ପିଇଓ, କିନ୍ତୁ ସଂପତ୍ତି ମାଳମାଳ । ଭିଜିଲାନ୍ସ ଜାଲରେ କୋଟିପତି PEO । ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକରେ କାର୍ଯ୍ୟରତ PEO କାର୍ତ୍ତିକେଶ୍ବର ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଏହି ଚଢାଉ ବେଳେ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ୩୦ଟି ପ୍ଲଟ୍, ଗୋଟିଏ ମାର୍କେଟ୍ କମ୍ପ୍ଲେକ୍ସ ଏବଂ ଗୋଟିଏ ଗୋଦାମ ଘର ଠାବ ହୋଇଛି।

ସେହିପରି କାଣ୍ଡଗଡ଼ାରେ ୪ ହଜାର ୮୦୦ ବର୍ଗଫୁଟର ଦୁଇ ମହଲା କୋଠା ଓ ଗାଇସିଲେଟରେ ୪ ମହଲା ନିର୍ମାଣାଧୀନ ବିଲ୍ଡିଂ ଠାବ ହୋଇଛି । ଚଢ଼ାଉ ବେଳେ ନଗଦ ୨ଲକ୍ଷ ୯୮ ଲକ୍ଷ ଟଙ୍କା ଜବତ ହୋଇଛି । ଏଥିସହିତ ବ୍ୟାଙ୍କ ଜମା ଓ ଅନ୍ୟାନ୍ୟ ପୁଞ୍ଜିନିବେଶର ଖୋଳତାଡ଼ ଜାରି ରହିଛି।

Also Read:-Katrina Kaif: ଲଣ୍ଡନ ଛାଡ଼ି କାହିଁକି ଗାଁରେ ରହୁଛନ୍ତି କ୍ୟାଟ୍ରିନାଙ୍କ ମା', ବିନା ବିଜୁଳିରେ ବିତୁଛି ଜୀବନ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭୋରରୁ ତାଙ୍କର ୩ଟି ଠିକଣାରେ ଏକକାଳୀନ ଛାପା ମାରିଥିଲା ଭିଜିଲାନ୍ସ ଟିମ୍। ସରକାରୀ ବାସଭବନ, କନ୍ଧାଗାର୍ଡ ନିଜ ଘର ଓ ଅଫିସରେ ଭିଜିଲାନ୍ସ ଟିମ୍ କାଗଜପତ୍ର ଯାଞ୍ଚ କରୁଛି। ବ୍ଲକରେ ବିଭିନ୍ନ ସରକାରୀ ଯୋଜନାରେ ଅନିୟମିତତା ଓ ଲାଞ୍ଚ ନେବା ଭଳି ପୂର୍ବରୁ ତାଙ୍କ ନାଁରେ ଅଭିଯୋଗ ହୋଇଥିଲା।