ଚଣ୍ଡିଖୋଲ: ଆରମ୍ଭ ହୋଇଛି ଗୁରୁ ପଦ୍ମସମ୍ଭବଙ୍କ ମହା ସମାବେଶ। ଯାଜପୁର ଜିଲ୍ଲାର ବୌଦ୍ଧ ବିହାର ଉଦୟଗିରିରେ ଦ୍ୱିତୀୟ ଗୁରୁ ପଦ୍ମ ସମ୍ଭବଙ୍କ ମହା ସମାବେଶ ଆୟୋଜନ କରାଯାଇଛି। ବିଭିନ୍ନ ଦେଶରୁ ୨୦୦୦ ବୌଦ୍ଧ ଧର୍ମାବଲମ୍ବୀମାନେ ପହଞ୍ଚିଛନ୍ତି। ବୁଦ୍ଧ ଦେବଙ୍କ ବାଣୀକୁ ସାରା ବିଶ୍ଵରେ ପ୍ରଚାର କରିବା ସହ ବିଶ୍ଵରେ ଶାନ୍ତି ପ୍ରତିଷ୍ଠା କରିବା ଉଦ୍ଦେଶ୍ୟ ନେଇ ଏହି ମହାସମାବେଶ ଆୟୋଜନ କରାଯାଇଛି।

ଚଳଚଞ୍ଚଳ ଯାଜପୁର ଜିଲ୍ଲାର ପ୍ରସିଦ୍ଧ ବୌଦ୍ଧ ବିହାର ଉଦୟଗିରି। ବୁଦ୍ଧଂ ଶରଙ୍ଗ ଗଛାମି ଶବ୍ଦରେ ପ୍ରକମ୍ପିତ ହେଉଛି ସମଗ୍ର ପରିବେଶ। ଚଳିତ ବର୍ଷ ଆରମ୍ଭ ହୋଇଛି ଦ୍ୱିତୀୟ ଗୁରୁ ପଦ୍ମ ସମ୍ଭବଙ୍କ ମହାସମାବେଶ । ଯାଜପୁର ଜିଲ୍ଲାର ପ୍ରସିଦ୍ଧ ବୌଦ୍ଧ ବିହାର ଉଦୟଗିରିରେ ଆରମ୍ଭ ହୋଇଛି ଗୁରୁ ପଦ୍ମ ସମ୍ଭବଙ୍କ ମହା ସମାବେଶ।

୧୭ଟି ଦେଶରୁ ପାଖାପାଖି ୨ ହଜାର ବୌଦ୍ଧ ଧର୍ମାବଲମ୍ବୀ, ବୌଦ୍ଧ ଗୁରୁ ଯୋଗ ଦେଇଛନ୍ତି। ପ୍ରଥମେ ବୌଦ୍ଧ ଗୁରୁମାନେ ଶାନ୍ତି ଶୋଭାଯାତ୍ରାରେ ଉଦୟଗିରି ଠାରେ ପହଞ୍ଚିଥିଲେ। ଗୁରୁ ପଦ୍ମ ସମ୍ଭବଙ୍କୁ ପୂଜାର୍ଚ୍ଚନା କରାଯାଇ ଥିଲା। ସେଠାରେ ପାର୍ଥନା ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଗୁରୁ ପଦ୍ମ ସମ୍ଭବ ହେଉଛନ୍ତି ଦ୍ୱିତୀୟ ବୁଦ୍ଧ ଉପାଧି ପାଇଛନ୍ତି।

ସେ ଓଡ଼ିଶା ସହ ଦେଶ ବିଦେଶରେ ବିଭିନ୍ନ ସ୍ଥାନରେ ରହି ବୌଦ୍ଧ ଧର୍ମର ପ୍ରଚାର ପ୍ରସାର କରିଥିଲେ। ସେ ଉଦୟଗିରି ରେ ରହି ବୌଦ୍ଧ ଧର୍ମର ପ୍ରଚାର ପ୍ରସାର କରିଥିଲେ। ସେ ସମଗ୍ର ତିବତରେ ବୌଦ୍ଧ ଧର୍ମର ପ୍ରଚାର ପ୍ରସାର କରିବା ସହ ତିବତକୁ ବୌଦ୍ଧମୟ କରିଥିଲେ। ସେଥିପାଇଁ ଗୁରୁ ପଦ୍ମ ସମ୍ଭବଙ୍କ ମହା ସମାବେଶ ଅନୁଷ୍ଠିତ ହେଉଛି

ଚଳିତ ବର୍ଷ ପାଞ୍ଚ ଦିନ ଧରି ଏହି ମହାସମାବେଶ ଅନୁଷ୍ଠିତ ହେଉଛି। ଲାଇଟ୍ ଅଫ ବୁଦ୍ଧ ଫାଉଣ୍ଡେସନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ପ୍ରତିଦିନ ପାର୍ଥନା ସଭାଠୁ ଆରମ୍ଭ କରି ବୁଦ୍ଧଙ୍କ ସମ୍ବୋଧରେ ଆଲୋଚନା କରାଯାଉଛି। ବିଶେଷ କରି ଉଦୟଗିରି ବୌଦ୍ଧ ବିହାର ସାରା ବିଶ୍ଵରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ଏହି ସମାବେଶଠୁ ହିଁ ବୁଦ୍ଧଙ୍କ ନୀତିବାଣୀ ସାରା ବିଶ୍ଵରେ ପହଞ୍ଚିବ। ସାରା ବିଶ୍ଵରେ ଶାନ୍ତି ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ଏହି ମହା ସମାବେଶ ଆୟୋଜନ କରିବାର ମୂଳ ଲକ୍ଷ୍ୟ ରହିଛି। ଆଗାମୀ ଦିନରେ ହୀରକ ତ୍ରିଭୁଜ ଉଦୟଗିରି, ରତ୍ନଗିରି, ଲଳିତଗିରିକୁ ବିଶ୍ଵ ସ୍ତରରେ ଆହୁରି ଆଗକୁ ନେଇ ପାରିବ ସେଥିପାଇଁ ଏହି କାର୍ଯ୍ୟକ୍ରମ କରାଯାଉଛି। ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ସମସ୍ତ ଆୟୋଜନ କରାଯାଇଛି।