ଆଲିଗଡ, ୨୮/୦୮: ‘ଟ୍ରକକୁ ଧକ୍କା ଦେଲା ବସ୍ । ୯ ବର୍ଷର ନାବାଳିକାଙ୍କ ସହ ଦୁଇ ମୃତ । ଏପରି ଅଭାବନୀୟ ଘଟଣା ଘଟିଛି ବୁଲନ୍ଦସହରରେ । ଘଟଣାରେ ଅନ୍ୟ ୨୪ ଯାତ୍ରୀ ଆହତ ମଧ୍ୟ ହୋଇଛନ୍ତି ।

ରିପୋର୍ଟ ଅନୁସାରେ, ଶୁକ୍ରବାର ସକାଳେ ଏକ ଯାତ୍ରୀବାହୀ ବସ ଦିଲ୍ଲୀରୁ କାନପୁର ଅଭିମୁଖେ ଯାତ୍ରା କରୁଥିଲା । ସକାଳ ସାଢେ ୪ଟା ବେଳେ ଖୁରଜା ଅଞ୍ଚଳର ଶିଖରପୁର ଠାରେ ଏହା ଏକ ଟ୍ରକକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ସବୁ କିଛି ଛିନଛତ୍ର ହୋଇଯାଇଥିଲା । ଏଥିରେ ଦୁଇ ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ୯ ବର୍ଷୀୟ ନାବାଳିକା ଅଛନ୍ତି । ନାବାଳିକାଙ୍କ ପରିଚୟ ରାଧିକା ବୋଲି ଜଣା ପଡିଛି । ଅନ୍ୟ ମୃତକ ହେଲେ ବବଲି । ସେମାନଙ୍କୁ ହସ୍ପିଟାଲ ଆଣିବା ପୂର୍ବରୁ ହି ମୃତ୍ୟୁ ହୋଇଯାଇଥିବା ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

Also Read :- ମିଳିବନି ରୁମ୍, ଟେଣ୍ଟରେ ରହିବେ ବୈଭବ ! ଗାଧୋଇବା ପାଇଁ ଚାଲିଚାଲି ଯିବେ ୫୦୦ ମିଟର : ରାଗିଗଲା BCCI

ଅଘଟଣ ଘଟିବା ପରେ ତୁରନ୍ତ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଥିଲା । ଆହତଙ୍କୁ ନିକଟସ୍ଥ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଉ କିଛି ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ଆଲିଗଡର ଅନ୍ୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଅନ୍ୟଦିଗରେ ଜିଲ୍ଲାପାଳ କୁମାର ହର୍ଷ କହିଛନ୍ତି ଯେ, କେଉଁ କାରଣରୁ ଦୁର୍ଘଟଣା ଘଟିଲା ସ୍ପଷ୍ଟ ହୋଇନାହିଁ । ଘଟଣାର ତଦନ୍ତ ଚାଲିଛି । ଉଭୟ ବସ ଏବଂ ଟ୍ରକକୁ ଅଟକ ରଖାଯାଇଛି । ତେବେ ଡ୍ରାଉଭରଙ୍କ ଆଖି ଲାଗିଯିବାରୁ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି ।