କେନ୍ଦ୍ରାପଡ଼ା ୧୪।୬: ହସ୍ପିଟାଲ୍ ବେଡ୍‌ରେ ଥାଇ ରଜ ପାଳିଲେ ସରପଞ୍ଚ ଚାମେଲି ଓଝା । ଚାମେଲିଙ୍କ ପାଇଁ ନୂଆ ଡ୍ରେସ୍ ଆଣିଛନ୍ତି ତାଙ୍କ ମାଆ । ପହିଲି ରଜରେ ହସ୍ପିଟାଲରେ ନୂଆ ଡ୍ରେସ୍ ପିନ୍ଧି ରଜ ପାଳିଛନ୍ତି ଚାମେଲି l ରଜ କଥା ପଚାରିଲେ ତାଙ୍କ ମୁହଁରେ ହସ ଖେଳି ଯାଇଥିଲା l ସେ କହିଥିଲେ ନୂଆ ଡ୍ରେସ୍ ପିନ୍ଧିଛି । ମୋ ମାଆ ଆଣି ଦେଇଛି । ଆହୁରି ମଧ୍ୟ ସେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବାବଦରେ ମଧ୍ୟ ସୂଚନା ଦେଇଛନ୍ତି ।

ଶନିବାରଠୁ ହସ୍ପିଟାଲରୁ ଆସିବା ପରଠୁ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଛି । ହସ୍ପିଟାଲରେ ମଧ୍ୟ ତାଙ୍କ ଯତ୍ନ ନିଆଯାଉଛି । ରଜରେ ତାଙ୍କ ପାଖକୁ ସମର୍ଥକ ମାନେ ଆସୁଥିବାରୁ ତାଙ୍କୁ ବହୁତ ଖୁସି ଲାଗୁଛି । ସୁସ୍ଥ ହେଲା ପରେ ମୁଁ ପୁଣି ଥରେ ଲୋକଙ୍କ ପାଇଁ କାମ କରିବି ବୋଲି ଚାମେଲି କହିଛନ୍ତି ।

Also Read:- ଚାମେଲି ଓଝାଙ୍କ ଘଟଣା ବାବଦରେ ସରକାର ତଥ୍ୟ ମାଗିଛନ୍ତି, ରିପୋର୍ଟ ଆସିବା ପରେ କେତେ ସତ୍ୟତା ଜଣାପଡିବ

ମହାକାଳପଡ଼ା ପୋଲିସ ତାଙ୍କୁ ସହଯୋଗ କରୁନଥିବା ସେ ଅଭିଯୋଗ ଆଣିଛନ୍ତି । ଏ ଘଟଣାରେ ନ୍ୟାୟିକ ତଦନ୍ତ ଦାବି କରିଛନ୍ତି ଚାମେଲି । ଦୁର୍ବ୍ୟବହାର କରିଥିବା ପୋଲିସ ବିରୁଦ୍ଧରେ ତୁରନ୍ତ ଆକ୍ସନ ନିଆଯାଉ ବୋଲି ମଧ୍ୟ ଚାମେଲି ଦାବି କରିଛନ୍ତି । ତାଙ୍କ ବିରୁଦ୍ଧରେ ଲଗାଯାଇଥିବା ଦଫା ପ୍ରତ୍ୟାହାର ପାଇଁ ସେ ଦାବି କରିଛନ୍ତି ।

ତେବେ ଶୁଣନ୍ତୁ କ’ଣ କହୁଛନ୍ତି ଚର୍ଚ୍ଚିତ ସରପଞ୍ଚ ଚାମେଲି ଓଝା..