ନୂଆଦିଲ୍ଲୀ, ୨୨/୦୯ : ନିଜକୁ ପୋଲିସର ପରିଚୟ ଦେଲେ । ପାର୍କ ନିକଟରେ ନାବାଳିକାଙ୍କ ଇଜ୍ଜତ ଲୁଟିଲେ । ଏପରି ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି ରାଜଧାନୀ ଦିଲ୍ଲୀର କାଲକାଜୀ ମନ୍ଦିର ନିକଟରେ । ତେବେ ପୋଲିସ ଜଣେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ।

ଘଟଣାକୁ ନେଇ ଦିଲ୍ଲୀର ଅମର କଲୋନୀ ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି । ଧାରା ୭୦(୨), ୬୧, ୧୧୫(୨) ଏବଂ ୩୫୧(୩) ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏହାସହ ପୋକ୍ସୋ ଆକ୍ଟ ମଧ୍ୟ ଲାଗିଛି ।

Also Read :- ସମୁଦ୍ର କୂଳରେ ଲାଗିଲା ନାଲି ପତାକା, ସମୁଦ୍ରରେ ପର୍ଯ୍ୟଟକଙ୍କ ସ୍ନାନ ଉପରେ କଟକଣା

ପୋଲିସର କହିବାନୁସାରେ, ସୋମବାର ରାତି ୮ଟା ୪୫ରେ ପିସିଆରକୁ ଫୋନ୍ ଆସିଥିଲା । ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯିବା ସହ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ମାରପିଟ୍ କରାଯାଇଥିବା ଖବର ମିଳିଥିଲା । ଏହାପରେ ପୋଲିସ ଆସ୍ଥାକୁଞ୍ଜ୍ ପାର୍କ ନିକଟରେ ପହଁଚିଥିଲା ।

ଯୁବତୀଙ୍କ କହିବାନୁସାରେ, ସେ ଏବଂ ତାଙ୍କ ପୁରୁଷ ବନ୍ଧୁ କାଲକାଜୀ ମନ୍ଦିର ବୁଲି ଯାଇଥିଲେ । ଦର୍ଶନ କରିବା ପରେ ସେମାନେ ଆସ୍ଥାକୁଞ୍ଜ ପାର୍କ ବୁଲିଥିଲେ । ଏହି ସମୟରେ ତିନି ଜଣ ଯୁବକ ସେମାନଙ୍କ ପାଖରେ ପହଁଚି ପୋଲିସର ପରିଚୟ ଦେଇଥିଲେ । ଏହାସହ ଯୁବତୀଙ୍କୁ ପୁରୁଷ ବନ୍ଧୁଙ୍କଠାରୁ ଅଲଗା କରି ଏକ ନିଛାଟିଆ ଜାଗାକୁ ନେଇଯାଇଥିଲେ ଏବଂ ଦୁଷ୍କର୍ମ କରିଥିଲେ ।

ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଆସିଫ୍ ବୋଲି ଜଣା ପଡି଼ଛି । ସେ ଯୁବତୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ପ୍ରଥମେ ଦୁଷ୍କର୍ମ କରିଥିଲେ । ପୋଲିସ ଅଭିଯୁକ୍ତ ଆସିଫକୁ ଧରିବା ପାଇଁ ପହଁଚିବା ପରେ ଆସିଫ୍ ଫାୟାରିଂ କରିଥିଲା । ଏହାପରେ ପୋଲିସ ମଧ୍ୟ ପାଲଟା ଜବାବ ଦେଇଥିଲା । ଯାହା ପରେ ଅଭିଯୁକ୍ତ ପୋଲିସ ଗୁଳିରେ ଆହତ ହୋଇଥିଲା । ତାକୁ ତୁରନ୍ତ ଦିଲ୍ଲୀ ଏମ୍ସସରେ ଭର୍ତ୍ତି କରାଯାଇଥିଲା । ସେହିପରି ପୀଡିତାଙ୍କୁ ମଧ୍ୟ ବର୍ତ୍ତମାନ ଦିଲ୍ଲୀ ଏମସରେ ଡାକ୍ତରୀ ମାଇନା ପାଇଁ ଭର୍ତ୍ତି କରାଯାଇଛି ।